Odisha news

ଭାରତର ଆକ୍ସନ ରେ ପାକିସ୍ତାନ ସ୍ଟକ ଏକ୍ସଚେଞ୍ଜ ଥରହର

0

ପାକିସ୍ତାନ ର ପହଁଲଗାମ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ୨୮ ପର୍ଯ୍ୟଟକ ଙ୍କ ମୃତ୍ୟୁ ପରେ ଭାରତ ଯେଉଁ କୂଟନୈତିକ ପଦକ୍ଷେପ ଉଠାଇଛି, ତାହା ବର୍ତମାନ ପାକିସ୍ତାନ ର ଝାଳ ବୁହାଇ ଦେଇଛି, ଲଗାତାର ଦ୍ଵିତୀୟ ଦିନ ପାକିସ୍ତାନ ର ସେୟାର ବାଜାର ଖସିବାର ପ୍ରକ୍ରିୟା ଜାରି ରହିଛି l ଗୁରୁବାର ଦିନ ପାକିସ୍ତାନ ସ୍ଟକ ଏକ୍ସଚେଞ୍ଜ ଖୋଲିବା ମାତ୍ରକେ ୫ ମିନିଟ ମଧ୍ୟରେ ବେଞ୍ଚମାର୍କ KSE -100 ଇଣ୍ଡେକ୍ସ ରେ ପାଖାପାଖି ୨ .୧୨ ପ୍ରତିଶତ ଖସି ଯାଇଥିଲା l

ଭୌଗଳିକ ଉତେଜନା ମଧ୍ୟରେ ପାକିସ୍ତାନ ର ସେୟାର ବାଜାର ରେ ନିବେଶକ ମାନେ ଏହି ସମୟ ରେ ଖୁବ ଭୟଭୀତ ଅଛନ୍ତି, ଏହା ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ସିନ୍ଧୁ ଜଳ ରାଜିନାମା କୁ ରଦ୍ଧ କରିବା ସହିତ ପାକିସ୍ତାନ ବିରୁଦ୍ଧରେ ଅନେକ ପଦକ୍ଷେପ ବୁଧବାର ନିଆଯାଇଛି, ପାକିସ୍ତାନ ରେ ଲୋକେ ଭୟଭୀତ ହୋଇ ନିଜ ପଇସା ବାହାର କରି ନେଉଛନ୍ତି ସେୟାର ମାର୍କେଟ ରୁ l ବୁଧବାର କରାଚୀ ସ୍ଟକ ଏକ୍ସଚେଂଜ ରେ ୧.୧୦ ପ୍ରତିଶତ ଖସି ଯାଇଥିଲା l  ଏହାଦ୍ୱାରା ନିବେଶକ ମାନେ ଭୟଭୀତ ହୋଇ ଯାଇଛନ୍ତି ଏବଂ ସ୍ଥିତି ଧୀରେ ଧୀରେ ଖରାପ ଆଡକୁ ଯାଉଛି l

Nalco
Leave A Reply