ଆମେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ପେନକିଲର୍ ର ଆଶ୍ରୟ ନେଇଥାଉ । କେତେବେଳେ ମୁଣ୍ଡ ବିନ୍ଧା, ଗୋଡ ବିନ୍ଧା, ଦାନ୍ତ ବିନ୍ଧା କିମ୍ବା ଶରୀରର ଯେ କୌଣସି ଯନ୍ତ୍ରଣା ହେଉ ତୁରନ୍ତ ପେନକିଲର୍ ଟିଏ ସେବନ କରି ଆରାମ ପାଇବାକୁ ଚେଷ୍ଟା କରିଥାଉ । କିଛି ଲୋକ ଏପରି ରହି ଥାଆନ୍ତି ଯେଉଁମାନେ କି ସାମାନ୍ୟ ଯନ୍ତ୍ରଣା ଅନୁଭବ ହେବାର ନିମିଷକ ମଧ୍ୟରେ ପେନକିଲର୍ ସେବନ କରନ୍ତି । ସେମାନେ ଭାବି ଥାଆନ୍ତି ଏହା ଗୋଟିଏ ସଠିକ୍ ମାର୍ଗ । ଏହା ଠିକ୍ ହୋଇଥାଇ ପାରେ କିନ୍ତୁ ପେନକିଲର୍ ସେବନ କରିବା ପାଇଁ କିଛିଟା ନିୟମ ରହିଛି । ଏହାକୁ ସେବନ କରିବା ପୂର୍ବରୁ କିଛିଟା କଥା ଜାଣି ରଖିବା ଉଚିତ୍ ।
* ପେନକିଲର୍ ଶରୀରରେ କିଭଳି କାର୍ଯ୍ୟ କରିଥାଏ ? -:
ଶରୀରରେ କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ଆମେ ଯେତେବେଳେ ପେନକିଲର୍ ସେବନ କରି ଥାଉ ଏହା ପ୍ରଥମେ ରକ୍ତ କୁ ପତଳା କରିବାକୁ ଚେଷ୍ଟା କରିଥାଏ । ଇମଫ୍ଲେମେଶନ ରେ ଆରାମ ମିଳିଥାଏ ଓ ଗ୍ୟାସ୍ ପାସ୍ ହୋଇ ଯାଇଥାଏ । ଏହି ସମସ୍ତ କାରଣରୁ ଯନ୍ତ୍ରଣା କମିବାର ଅନୁଭବ ହୋଇଥାଏ ।
– ରକ୍ତ ପତଳା ହେବା ହାର୍ଟ ପାଇଁ ଖୁବ୍ ହିତକର । ଗବେଷଣା କହୁଚି ଯେ କିଛି ହାର୍ଟ ରୋଗୀ ଙ୍କୁ କିଛିଟା ଡାକ୍ତର ପେନକିଲର୍ ସେବନ କରିବାର ପରାମର୍ଶ ଦେଇ ଥାଆନ୍ତି । ଏହା ଏଥିପାଇଁ କରାଯାଇ ଥାଏ ଯେ ରୋଗୀକୁ ବ୍ଲଡ଼ କ୍ଲଟିଂ ରୁ ରକ୍ଷା କରାଯାଇ ପାରିବ। ଏଠାରେ ଆମେ କୌଣସି ନିର୍ଦ୍ଧିଷ୍ଟ ଔଷଧ ବିଷୟରେ କହୁ ନାହୁ। କିନ୍ତୁ ଏହା ଡାକ୍ତର ଙ୍କ ପରାମର୍ଶ ରେ ସେବନ କରାଯାଇ ଥାଏ ।
– ନିୟମିତ ପେନକିଲର୍ ସେବନ କରିବା ଦ୍ୱାରା କିଡନୀ ଉପରେ ପ୍ରଭାବ ପଡିଥାଏ ଓ କଡନି ଖରାପ୍ ହୋଇଯାଏ । କିନ୍ତୁ ଯେଉଁ ଲୋକମାନେ ମଦ୍ୟପାନ କରିବା ସହ ନିୟମିତ
ପେନକିଲର୍ ସେବନ କରି ଥାଆନ୍ତି ସେମାନଙ୍କର କିଡନୀ ଓ ଲିଭର୍ ଡ୍ୟାମେଜ୍ ହୋଇ ଯାଇଥାଏ ।
ଏହି ସମସ୍ୟା ସୃଷ୍ଟି କରିଥାଏ ପେନକିଲର୍ -:
– କିଡନୀ ଖରାପ୍ ହେବା
– ଲିଭର୍ ଉପରେ ପ୍ରଭାବ ପଡିଥାଏ
– ବ୍ରେନ୍ ବ୍ଲିଡ଼ିଂ ହେବା
– ପେଟ ସମ୍ବନ୍ଧୀୟ ସମସ୍ୟା ଲଗାତାର ଦେଖା ଦେଇଥାଏ
କୌଣସି ପେନକିଲର୍ ଖାଇବାର ସଠିକ୍ ବିଧି –
– ପେନକିଲର୍ କଦାପି ଖାଲି ପେଟରେ ଖାଇବା ଉଚିତ୍ ନୁହେଁ ଏବଂ ଡ଼ାକ୍ତରଙ୍କ ବିନା ଅନୁମତିରେ ପେନକିଲର୍ ସେବନ କରନ୍ତୁ ନାହିଁ ।
– ପେନକିଲର୍ କଦାପି ଚା କଫି ଭଳି ଗରମ ପାନୀୟ କିମ୍ବା କୋଲ୍ଡ ଡ୍ରୀଙ୍କ ଭଳି ଥଣ୍ଡା ପାନୀୟ ସହିତ ସେବନ କରିବା ଉଚିତ୍ ନୁହେଁ ।
– ପେନକିଲର୍ ସେତିକି ସେବନ କରନ୍ତୁ ଯେତିକି ଡାକ୍ତରଙ୍କ ପରାମର୍ଶ ରହିଛି । ଅଧିକ ସେବନ କରିବା ଠିକ୍ ନୁହେଁ ।
– କଦାପି ଏଭଳି ମେଡ଼ିସିନ ଷ୍ଟୋର ରୁ ପେନକିଲର୍ ନେଇ ସେବନ କରନ୍ତୁ ନାହିଁ । ଏହାର କମ୍ପୋଜିସନ୍ ଅଲଗା ଅଲଗା ହୋଇପାରେ ।
