ପଦ୍ମପୁର (ନିରୋଜ କୁମାର ପାଣୀ): ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ( ଟିଓୟୁପି) ଠାରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୂଖ୍ୟ ଅତିଥି , ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ ,ସହ ଶିକ୍ଷା ଅଧିକାରୀ ଜନକଲାଲ ମେହେର ,ଶିବ ପ୍ରସାଦ ଯୋଷୀ , ପ୍ରେମାନନ୍ଦ ବାରିକ , ମହାଦେବ ବେହେରା , ପ୍ରଫୁଲ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ , ଚୁଡ଼ାମଣି ମାହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରକାରର ଫଳ ଫୁଲ ଔଷଧୀୟ ଚାରା ରୋପଣ ସ୍କୁଲ ପରିସରରେ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଭୁତି ଭୁଷଣ ମୁଣ୍ଡ ,କର୍ମୁ ବିଶ୍ଵାଳ ,ପବିତ୍ରା ପାଣିଗ୍ରାହୀ ,ସୁନାଳୀ ମହାଲିଙ୍ଗ , ନାରାୟଣ ନାୟକ ,ତ୍ରୀଲୋଚନ ମେହେର , ପୁନୀତ ରାମ ସୋନି ତଥା ଅନ୍ୟାନ୍ୟ ସଭ୍ୟ ସଭ୍ୟା ଓ ବହୁତ ପୁରାତନ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଙ୍କ ଦ୍ଵାରା ମୂଖ୍ୟ ମନ୍ତ୍ରୀ ଙ୍କ ଛାତ୍ର ଛାତ୍ରୀ ଉଦେଶ୍ୟରେ ଥିବା ପ୍ରଚାର ପତ୍ର ଓ ମୋ ସ୍କୁଲ ଅଭିଯାନ ଦ୍ଵାରା ଦର୍ଶା ଯାଇଥିବା ପ୍ରଦର୍ଶିନୀ କୁ ଉଦ୍ଘାଟନ କରିଥିଲେ । ଶେଷ ରେ ଦୀପାଞ୍ଜଳୀ ବରିହା ।
Comments are closed.