ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକ ପରିସର ରେ ଓରମାସ ଦ୍ୱାରା ପ୍ରାୟୋଜିତ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର କୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏବିଡିଓ ଶ୍ରୀମତୀ ମାଧୁରୀ ଆଚାରୀ ,ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ଯାନୀ ,ଓ ଏଲ ଏମ ବିଭାଗ ର ବିପିଏମ ବିଶାଳ ସମୀର ଦୁଖୀ ଯୋଗ ଦେଇଥିଲେ। ଆଜିର ନିଯୁକ୍ତି ଶିବିର ରେ ବ୍ଲକର ୩୧ଗୋଟି ପଞ୍ଚାୟତ ର ୩୫୮ ଜଣ ଯୁବକ ଯୁବତୀ ବିଭିନ୍ନ ଟ୍ରେଡ଼ ରେ ତାଲିମ ନେବା ପାଇଁ ନାମ ପଞ୍ଜିକରଣ କରିଥିଲେ।ଗ୍ରାମାଞ୍ଚଳ ର ବେକାର ଯୁବକ ଯୁବତୀ ମାନେ ଦିନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ରେ ବିଭିନ୍ନ ଧନ୍ଦାମୂଳକ ତାଲିମ ଓ ନିଶ୍ଚିତ ରୋଜଗାର ପାଇପାରିବେ।ଗ୍ରାମାଞ୍ଚଳ ର ବେକାର ଯୁବକ ଯୁବତୀ ମାନେ ବିଭିନ୍ନ ଧନ୍ଦାମୂଳକ ତାଲିମ ସରକାର ଙ୍କ ଦ୍ଵାରା ପାଇବା ପରେ ବିଭିନ୍ନ କମ୍ପାନୀ ରେ ନିଶ୍ଚିତ ଚାକିରୀ ର ସୁଯୋଗ ପାଇପାରିବେ ବୋଲି ଓ ଏଲ ଏମ ର ଏସ ଡ଼ି ସି ଦେବେନ୍ଦ୍ର କୁମାର ପଣ୍ଡା କହିଥିଲେ। ଉକ୍ତ ନିଯୁକ୍ତି ଭିତ୍ତିକ ଶିବିରରେ ୩୧ଗୋଟି ପଞ୍ଚାୟତ ର ଏମବିକେ ଓ ସି ଆର ପି ମାନେ ସହଯୋଗ କରିଥିଲେ। ମନରେଗା ଯୋଜନା ରେ କାର୍ଯ୍ୟରତ ପରିବାର ର ବେକାର ଯୁବକ ଯୁବତୀ କିଭଳି ଏହି ତାଲିମ ମାଧ୍ୟମରେ ନିଜ ନିଜ ର ଆୟ ବୃଦ୍ଧି କରିପାରିବେ ବିଡିଓ ଶ୍ରୀ ବେହେରା ବୁଝାଇଥିଲେ। ନିଯୁକ୍ତି ଭିତ୍ତିକ ଶିବିର କୁ ଏସ ଡ଼ି ସି ଦେବେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।