Odisha news

ଓରଙ୍ଗଓଟାଙ୍ଗ ନୂତନ ଭାଷା ବିକଶିତ କଲା , କଣ ସେମାନେ ମଣିଷ ପରି କଥାବାର୍ତ୍ତା ଆରମ୍ଭ କରିବେ କି? ଆସନ୍ତୁ ଜାଣିବା ଯିବ ବୈଜ୍ଞାନିକ ମାନେ କଣ କହୁଛନ୍ତି

ନୂଆଦିଲ୍ଲୀ : ଓରଙ୍ଗଓଟାଙ୍ଗ  ନୂତନ ଭାଷା ବିକଶିତ କଲା , କଣ ସେମାନେ ମଣିଷ ପରି କଥାବାର୍ତ୍ତା ଆରମ୍ଭ କରିବେ କି? ଓରଙ୍ଗଓଟାଙ୍ଗ  ନୂତନ ଭାଷା ବିକଶିତ କରିଲା ଭଳି ବ୍ୟବହାର କରୁଛି l ଯେମିତିକି ବିଭିନ୍ନ ପ୍ରକାର କୁଦିବା  , ଓଠରେ ଚାପୁଡ଼ା ମାରିବା , ମୁହଁରେ ପାଣି ଫିଙ୍ଗିବା ଓ ବହୁତ ସମୟ ଧରି ଆଖିକୁ ଆଖି ମିସେଇବା ଭଳି ନୁତନ ଭାସା ବିକଶିତ କରିଛନ୍ତି  ଯାହାଦ୍ୱାରା ପରିଜନ ଓ ଶତ୍ରୁ  ମାନଙ୍କ ସହିତ କଥାବାର୍ତା ହେଇପାରିବ l କଥାବାର୍ତା କରିବା ତରିକା ଇସାରାରେ ହେବ କିନ୍ତୁ ବେଳେ ବେଳେ ଓରଙ୍ଗଓଟାଙ୍ଗ ମାନେ ବିଭିନ୍ନ ଶବ୍ଦ ମାଧ୍ୟ୍ୟମରେ ଜଣେ ଅନ୍ୟ ଜଣଙ୍କୁ ସନ୍ଦେଶ ମଧ୍ୟ ଦେଇଥାନ୍ତି l

ଆସନ୍ତୁ ଜାଣିବା ଓରଙ୍ଗଓଟାଙ୍ଗ  ନୂତନ ଭାଷା କେମିତି ବିକଶିତ କଲା :

ଯିବ ବୈଜ୍ଞାନିକ ମାନେ ଓରଙ୍ଗଓଟାଙ୍ଗର ନୂତନ ଭାଷାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ବର୍ତ୍ତମାନ ସେମାନଙ୍କୁ ଗୋଟିଏ ନୂଆ ଭାଷାର ଅଧୟନ କରିବାକୁ ପଡିବ , ତାକୁ ବୁଝିବାକୁ ପଡିବ l  ଆଶ୍ଚର୍ଯ୍ୟର କଥା ଏହାହେଲାଯେ ଏହି ଇସାରା ଜଙ୍ଗଲୀ ଓରଙ୍ଗଓଟାଙ୍ଗ ଙ୍କ ପାଖରେ କାମ ଦେଖିବାକୁ ମିଳିଥାଏ l ଏହାର ଅର୍ଥ ଓରଙ୍ଗଓଟାଙ୍ଗ ମାନେ ମନୁଷ୍ୟ ଭଳି ନୂଆ ଭାଷା ଓ ଇସାରା  ଶିଖୁଛନ୍ତି l

ସେମାନେ ବର୍ତମାନ ଉଡୁଥିବା ପକ୍ଷୀ  ମାନଙ୍କୁ ଇସାରା ଦେଉଛନ୍ତି l  ଏହାର ଅଧୟନ କରିବା ପାଇଁ ବୈଜ୍ଞାନିକ ମାନେ ଚିଡ଼ିଆ ଖାନାରେ ପହଞ୍ଚିଲେଣି l  ସେଠାରେ ସେ ପହଂଚି ଜାଣିବାକୁ ଚାହିଁଛନ୍ତି ଯେ  ଓରଙ୍ଗଓଟାଙ୍ଗ  ମାନେ ନିଜ ଜଙ୍ଗଲୀ ସାଥି ମାନଙ୍କ ତୁଳନାରେ କିପରି ଭାବରେ କଥା ହେଉଛନ୍ତି l

ଚିଡ଼ିଆ ଖାନାରେ ବନ୍ଦ ଥିବା ଓରଙ୍ଗଓଟାଙ୍ଗ କୁ ଶିକାରର ଭୟ ନାହିଁ , ଖାଇବାର କମି ନାହିଁ  ଓ ଜଙ୍ଗଲୀ ଜୀବଜନ୍ତୁଙ୍କର ମଧ୍ୟ ଭୟ ନାହିଁ l ସେଥିପାଇଁ ତାଙ୍କର କଥା ବାର୍ତା କରିବାର ଶୈଳୀରେ ପରିବର୍ତନ ଦେଖାଦେଇଛି l

ଗୋଟିଏ ବୈଜ୍ଞାନିକ ଦଳଙ୍କ ଗବେଷଣାରେ ଜଣାପଡିଲା ଯେ ଜଙ୍ଗଲରେ ରହୁଥିବା ଓରଙ୍ଗଓଟାଙ୍ଗ  ତୁଳନାରେ ଚିଡ଼ିଆ ଖାନାରେ ରହୁଥିବା ଓରଙ୍ଗଓଟାଙ୍ଗ ମାନେ ଅଧିକ ଇସାରା ଶିଖିଯାଇଛନ୍ତି l ସେମାନଙ୍କ ମୁଖମଣ୍ଡଳର ଭାବ , ହାତ ହଲାଇବା , ବାରମ୍ବାର ପାଣି କୁଳି  କରିବା ଓ ଅନ୍ୟ ମାଙ୍କଡ଼ ମାନଙ୍କ ମୁହଁକୁ ପାଣି ପକାଇବାକୁ ଦେଖିଲେ ଲାଗୁଛି ସେମାନେ ଯେପରି ଖାଇବା ଓ ପିଇବା ସହିତ ଖେଳୁଛନ୍ତି l ବିଶେଷଜ୍ଞ ମାନେ କହିଛନ୍ତି ଚିଡ଼ିଆ ଖାନରେ ରହୁଥିବା ଓରଙ୍ଗଓଟାଙ୍ଗ ମାନେ ନିଜର ମନର ଭାବକୁ ବିକଶିତ କରିବା ପାଇଁ ଦ୍ରୁତ ଗତିରେ ଲାଗିପଡିଛନ୍ତି l

Govt

Comments are closed.