ନୂଆଦିଲ୍ଲୀ : ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କ ଠାରୁ ଅଲଗା ହୋଇ ଯାଇଥିବା କମ୍ୟୁନିଷ୍ଟ ପାର୍ଟି ନେପାଳର ରାଜଧାନୀ କାଠମାଣ୍ଡୁରେ ଗୋଟିଏ ବିଶାଳ ଜନପଦର୍ଶନ କରିଛନ୍ତି l ନେପାଳର କମ୍ୟୁନିଷ୍ଟ ପାର୍ଟି ଦୁଇଫାଳ ହୋଇ ସାରିଛି ଓ ଉଭୟ ନିଜ ନିଜର ଦାବି ଦେଖାଉଛନ୍ତି l ଓଲି ବିରୋଧୀ ସାଂସଦ ମାନେ ନେତା ପ୍ରଚଣ୍ଡ ଓ ମାଧବଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ଯାଇ ଓଲିଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି l ବୁଧବାର ଦିନ କାଠମାଣ୍ଡୁରେ ବିରୋଧ ସଭା କରି ପ୍ରଚଣ୍ଡ ଆଉଥରେ ଓଲିଙ୍କୁ ରାଜନୈତିକ ଅସ୍ଥିରତା ପାଇଁ ଦାଈ କରିଛନ୍ତି l ପ୍ରଚଣ୍ଡ ଓଲିଙ୍କ ଉପରେ ଲୋକତନ୍ତ୍ରର ହତ୍ୟା କରିବା ଓ ଏକ ଛତ୍ରବାଦର ଆରୋପ ଲଗାଇଛନ୍ତି l
ଓଲି କିଛି ମାସ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ସଂସଦ ଭଙ୍ଗ କରାଇ ଥିଲେ କାରଣ ଓଲିନଙ୍କ ବିରୋଧୀ ମାନେ ଓଲିଙ୍କ ଇସ୍ତାଫା ପତ୍ରକୁ ଦାବି କରିଥିଲେ l ଓଲିଙ୍କ ବିରୁଦ୍ଧରେ ଅନେକ ଦିନରୁ ସାଂସଦ ମାନେ ପ୍ରତିବାଦ କରି ଆସୁଥିଲେ l ନେପାଳର ସର୍ବୋଚ ନ୍ୟାୟାଳୟରେ ମଧ୍ୟ ଏହି ମାମଲାର ଶୁଣାଣି ଚାଲିଛି l ପ୍ରଚଣ୍ଡ ନିଜର କାର୍ଯ୍ୟକର୍ତା ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯଦି ସର୍ବୋଚ ନ୍ୟାୟାଳୟ ଓଲିଙ୍କ ସପକ୍ଷରେ ଫଇସଲା ଶୁଣାଇଲେ ତେବେ ଆମେ ତାହାକୁ ଗ୍ରହଣ କରିବା ନାହିଁ ଓ ଅଦାଲତ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିବା l କେବଳ ଏତିକି ନୁହେଁ ପ୍ରଚଣ୍ଡ ପାର୍ଟିର ଅଧିକାରିକତା ବିବାଦକୁ ନେଇ ମଧ୍ୟ ନିର୍ବାଚନ ଆୟୋଗକୁ ଧମକ ଦେଇଛନ୍ତି l ପ୍ରଚଣ୍ଡ ଆୟୋଗକୁ କହିଛନ୍ତି ଯେ ଯଦି ଓଲିଙ୍କ ଚାପରେ ପାର୍ଟିର ନାମ ଓ ମତଦାନ ଚିହ୍ନ ଓଲିଙ୍କ ପକ୍ଷରେ ଦିଆଯାଏ ତେବେ ଏହାର ପରିଣାମ ଠିକ ହେବ ନାହିଁ l
Comments are closed.