କଣ୍ଟାପଡା : କରୋନା ମହାମାରୀ ଓ ଲକଡାଉନ ଯୋଗୁ ବହୁଗରିବ ପରିବାର ଦୁଃଖକଷ୍ଟରେ ଜୀବବ ବିତାଉଛନ୍ତି । ମହାମାରୀ କରୋନାରେ ଜୀବନ ଜିବୀକା ହରାଇଥିବା ଗରିବ ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ସରକାର କମମୂଳ୍ୟରେ ଯୋଗାଇ ଦେଇଥିବା କିରୋସିନକୁ କଣ୍ଟାପଡା ବ୍ଲକରେ ଅସାଧୁ ରିଟେଲର ମାନେ ଚଢ଼ାଦରରେ ବିକ୍ରିକରିବା ପ୍ରତିବାଦରେ ଓଡିଶା ସୂଚନା ଅଧିକାର ପକ୍ଷରୁ ମଙ୍ଗଳବାର କଣ୍ଟାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି ।
ଅଭିଯୋଗରୁ ଜଣାପଡିଛି କେନ୍ଦ୍ରସରକାର କାର୍ଡଧାରୀଙ୍କ ମୁଣ୍ଡପିଛା ୫କିଲୋ ହିସାବରେ ୩ମାସ ପାଇଁ ୧୫ କିଲୋ ଚାଉଳ, ୨ ଲିଟର କିରୋସିନ ଓ ୩କିଲୋ ଡାଲି ୩ମାସ ପାଇଁ ଦେଉଛନ୍ତି । ରାଜ୍ୟସରକାର ଏହାକୁ ବିଭିନ୍ନ ରିଟେଲରଙ୍କ ମାଧ୍ୟମରେ କାର୍ଡଧାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାର ଚାଉଳ ଓ ଡାଲିକୁ ସମ୍ପୂର୍ଣ୍ଣ ମାଗଣା ଦେବାର ବ୍ୟବସ୍ଥା କରିଛନ୍ତି । ସରକାର କିରୋସିନ ବିକ୍ରପାଇଁ ୧୫ଟଙ୍କା ଧାର୍ଯ୍ୟ କରିଛ୍ନ୍ତି ।
ଏପରି ସ୍ଥଳେ ବ୍ଳକର କେତେକ ଅଞ୍ଚଳରେ ମାଗଣା ଚାଉଳ ଓ ଡାଲି ଅଦ୍ୟାବଧି ଦିଆଯାଇ ନଥିବାବେଳେ ହିତାଧିକାରୀଙ୍କୁ କମ ପରିମାଣର କିରେସିନ ଦିଆଯାଇ ସେମାନଙ୍କଠାରୁ ଲିଟର ପିଛା ୪୦ ରୁ ୫୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି । ପ୍ରତିବାଦରେ ସଂଗଠନର କଟକ ଜିଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଦିଲିପ ରାଉତରାୟ, ମାଧବାନନ୍ଦ ଭୋଇ, ନିରଞ୍ଜନ ଭୋଇ, ବସନ୍ତ ଜେନା, ସୁକାନ୍ତ ସ୍ୱାଇଁ, ଶରତ ପ୍ରରିଡା ପ୍ରମୁଖ ଧାରଣାରେ ବସିଥିବାବେଳେ ତଦନ୍ତ ନହେବାପର୍ଯ୍ୟନ୍ତ ଏହା ଚାଲୁ ରହିବବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷେ କଣ୍ଟାପଡା ବ୍ଲକ ଏବିଡିଓ ରୁବି ତପସ୍ୱିନୀ ଦାସ ଓ ଯୋଗାଣ ନୀରିକ୍ଷିକା ଘଟଣଶ ସ୍ଥଳରେ ପହଞ୍ଚି ଅସାଧୁ ରିଟେଲରଙ୍କ ବିରୋଧରେ ତଦନ୍ତ କରି କାଯ୍ୟାନୁଷ୍ଠାନ ନିଆଯିବା ପାଇଁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହାର ହୋଇଥିଲା ।