Odisha news

ମଣିଷ ଶରୀରକୁ କେଉଁ କେଉଁ ରୋଗରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ ପିଆଜ

0

ପୃଥିବୀର ସମସ୍ତ ସ୍ଥାନରେ ଲୋକମାନେ ପିଆଜକୁ ତାଙ୍କର ନୀତି ଦିନର ଖାଦ୍ୟରେ ବ୍ୟବହାର କରିଥାନ୍ତି l ତରକାରୀରେ ହେଉ କିମ୍ବା କଞ୍ଚା ହେଉ ଆମକୁ ପିଆଜର ଆବଶ୍ୟକତା ପଡିଥାଏ l କଞ୍ଚା ପିଆଜକୁ ଆମେ ସାଲାଡ଼ ଭାବରେ ବ୍ୟବହାର କରୁ l ଉଭୟ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ପିଆଜ ଲାଭ ଦାୟକ l

ପିଆଜରେ ଥିବା ମହତ୍ୱ ପୂର୍ଣ୍ଣ ତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ଭିଟାମିନ-ବି ୬ ,ବି-କମ୍ପ୍ଲେସ ,ଆଇରନ ,ଫୋଲେଟ ,ଆଣ୍ଟି ଇମଫ୍ଲାମେଟୋରୀ,ଆଣ୍ଟି ଅକ୍ସିଡେଣ୍ଟ ଓ ପୋଟାସିୟମ ଇତ୍ୟାଦି ମିଳିଥାଏ l ପିଆଜ ହୃତପିଣ୍ଡକୁ ସୁସ୍ଥ ରଖେ ,ଏହା ସହିତ ମଧୁମେହ ,ଆଖି ,କେଶ ,କ୍ୟାନ୍ସର ଓ କାଶ କଫ ପାଇଁ ହିତକର l

* ହୃତପିଣ୍ଡକୁ ସୁସ୍ଥ ରଖିଥାଏ- ଯଦି ଆପଣ ହୃଦରୋଗର ଶିକାର ହେଇଥାନ୍ତି ତେବେ ପିଆଜ ଅପାଙ୍କ ଶରୀର ପାଇଁ ହିତକର ହୋଇପାରେ l କୋଲେଷ୍ଟ୍ରଲ ଦ୍ୱାରା ହୃଦରୋଗ ହେବାର ସମ୍ଭାବନା ଥାଏ l ପ୍ରତିଦିନ ଯଦି ଆମେ କଞ୍ଚା ପିଆଜ ଆମ ଖାଦ୍ୟରେ ସାମିଲ କରିବା ତେବେ କୋଲେଷ୍ଟ୍ରଲର ସମସ୍ୟା ଦୂର ହେବ l ପିଆଜ ଲାଲ ରକ୍ତ କୋଷିକକୁ ଏକାଠି ହେବାକୁ ଅଟକାଇଥାଏ ଓ ଶିରାପ୍ରଶିରା କୁ ବ୍ଳକେଜରୁ ଦୁରେଇ ରଖେ l ଯାହା ଦ୍ୱାରା ହୃଦଘତ ହେବାର ସମ୍ଭାବନା କମ ଥାଏ l

* ମଧୁମେହ ରୋଗୀ ମାନଙ୍କ ପାଇଁ ପିଆଜ ଲାଭଦାୟକ -ପିଆଜର କ୍ରୋମିୟମ ମିଳିଥାଏ l ଯାହା ବ୍ଲଡସୁଗାର ସ୍ତରକୁ ଟ୍ରୋଲ କରିବାରେ ସାହାଯ୍ୟ କରେ l ମଧୁମେହ ରୋଗୀ ମାନେ ଖାଦ୍ୟ ସହିତ ପ୍ରତ୍ୟକଦିନ କଞ୍ଚା ପିଆଜ ଖାଇଲେ ଲାଭ ମିଳିଥାଏ l ଏହା ସହିତ ପିଆଜ ମଧ୍ୟ ରକ୍ତକୁ ସଫା ରଖେ l

* ତୁଣ୍ଡଘାକୁ କମାଇଥାଏ -ଯଦି ଆପଣଙ୍କ ପାଟିରେ କୌଣସି ପ୍ରକାରର ଇନଫେକ୍ସନ ହୋଇଛି କିମ୍ବା ଦାନ୍ତର କୌଣସି ସମସ୍ୟା ଦେଖା ଦେଇଛି ତେବେ କିଛି କଞ୍ଚା ପିଆଜ ଖଣ୍ଡକୁ ଦୁଇ ତିନି ମିନିଟ ପର୍ଯ୍ୟନ୍ତ ଚୋବାନ୍ତୁ ଓ ଢ଼ୋକି ଦିଅନ୍ତୁ l କିଛି ସମୟ ପରେ ଅଧା କପ ଉଷୁମ ପାଣି ପିଇ ନିଅନ୍ତୁ ,ଏପରି କରିବା ଦ୍ୱାରା ମୁଖ ଗହ୍ୱରର ସଂକ୍ରମଣ ଠିକ ହୋଇଯିବ l

* କ୍ୟାନ୍ସର ପ୍ରତିରୋଧକ-ପିଆଜର ଅନେକ ଗୁଡିଏ ଯୌଗିକ ପଦାର୍ଥ ମିଳିଥାଏ l ଯାହା କ୍ୟାନ୍ସରରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥଏ l ପିଆଜର କୁଏରସେଟିଂ ନାମକ ଆଣ୍ଟି ଆକ୍ସିଡେଣ୍ଟ ରହିଛି ,ଯାହା ଆମମାନଙ୍କୁ କ୍ୟାନ୍ସରରୁ ଦୁରେଇ ରଖିବାରେ ସାହାଯ୍ୟ କରିବ l

* କାଶ କଫରୁ ଆରାମ ମିଳେ -ଗରମ ଦିନ ହେଉ କିମ୍ବା ଥଣ୍ଡା ଦିନ ହେଉ ଆମେମାନେ ଅଧିକାଂଶ ସମୟ କାଶ ଓ କଫରେ ପୀଡିତ ଥାଉ l ଏହି ସମୟରେ ପିଆଜ ରସକୁ ମହୁ ସହିତ ମିଶାଇ ପିଇବା ଦ୍ୱାରା କାଶ ଓ କଫରୁ ଆରାମ ମିଳିଥାଏ l ଏହି ସମିଶ୍ରଣକୁ ସକାଳେ ଓ ସନ୍ଧ୍ୟାରେ ଦୁଇଥର ପିଇବା ଆବଶ୍ୟକ l

* କେଶ ପାଇଁ ହିତକର -ଯଦି ମୁଣ୍ଡରୁ କେଶ ଝଡ଼ୁଚି ତେବେ ପିଆଜ ରସକୁ ଦହି ଓ ଲେମ୍ବୁ ରସ ସହିତ ମିଶାଇ ମାଲିସ କରି କେଶକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ,ଏପରି ସପ୍ତାହକୁ ଦୁଇ ଥର କଲେ ଆପଣଙ୍କ କେଶ ଝଡିବାର ସମସ୍ୟା ଦୂର ହେବ l

Leave A Reply