ପତଞ୍ଜଳି ଦ୍ୱାରା ଆଣ୍ଟି କରୋନାର ଔଷଧର ନାମ କୋରୋନିଲ ଦିଆଯାଇଛି l ପତଞ୍ଜଳି ଦ୍ୱାରା ଦାବି କରାଯାଇଛି ଯେ ଏହି ଔଷଧ କରୋନା ଭୁତାଣୁକୁ ସମୂଳେ ନାସକରିବ l ରାମଦେବ ବାବା କହିଛନ୍ତି ଯେ ପତଞ୍ଜଳିର ଏହି ଔଷଧ କରୋନାରୁ ୧00 ପ୍ରତିଶତ ମୁକ୍ତି ଦେବ ବୋଲି ବାବା ରାମଦେବ ଦାବି କରିଛନ୍ତି lଯଦିଓ ଲୋକମାନେ ଆମର ଏହି ଦାବିକୁ ନେଇ ପ୍ରଶ୍ନ କରିବେ ଏହାର ଉତର ଅମ ପାଖରେ ଅଛି l ବାବା ରାମଦେବ ବାବା କହିଛନ୍ତି ଯେ କୋରୋନିଲ ଔଷଧ ୨୮0 ଜଣ କରୋନା ରୋଗୀଙ୍କୁ ଦିଆଯାଇ ସଫଳ ପରୀକ୍ଷଣ କରାଯାଇଛି l
ପତଞ୍ଜଳିର CEO ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ କରୋନାର ଏହି ଔଷଧ ପାଇଁ ଆୟୁର୍ବେଦର ସମସ୍ତ ଜଡ଼ିବୁଟିର ବ୍ୟବହାର କରାଯାଇଛି l ଔଷଧକୁ ସମ୍ପୂର୍ଣ ବୈଜ୍ଞାନିକ ଗବେଷଣା କରାଯାଇ ପ୍ରସ୍ତୁତ କରାଯାଇଛି l ଏବଂ କହିଛନ୍ତି ଯେ ପତଞ୍ଜଳିର ସମସ୍ତ ବୈଜ୍ଞାନିକ ମାନଙ୍କୁ ଓ ନିମସ୍ ୟୁନିର୍ଭସିଟିର ଡାକ୍ତର ମାନଙ୍କୁ ଅଭିନନ୍ଦନ l ଆପଣଙ୍କ ପ୍ରୟାସ ଆଜି ସାକାର ହୋଇଛି ,ଆୟୁର୍ବେଦ ବର୍ତ୍ତମାନ ତାର ଅତୀତର ବୈଭବକୁ ପ୍ରାପ୍ତ କରି ଶକ୍ତି ସଂପର୍ଣ ହେବ l