Odisha news

ଏହି ରାଜ୍ୟରେ ରାସନ କାର୍ଡ ଧାରକଙ୍କ ପାଇଁ ପିଆଜ କିଲୋ ୩୨ ଟଙ୍କା

0

ନୂଆଦିଲ୍ଲୀ : ଗୋଆ ସରକାର ରାଜ୍ୟରେ ୩.୫ ଲକ୍ଷ ରାସନ କାର୍ଡ ଧାରକ ମାନଙ୍କୁ ଏକ ବିଶେଷ ଅଭିଯାନରେ ୩୨ ଟଙ୍କା ମୂଲ୍ୟ ଦରରେ ଏକ କିଲୋ ପିଆଜ ଦେଉଛନ୍ତି l ଜଣେ ବରିଷ୍ଠ ଅଧିକାରୀ ଶନିବାର ଦିନ ଏହି ତଥ୍ୟ ଦେଇଛନ୍ତି l ପିଆଜର ମୂଲ୍ୟ ଆକାଶ ଛୁଅଁ ଦର ହେଉଥିବା କାରଣରୁ ବୁଧବାର ଦିନ ଗୋଆ ମନ୍ତ୍ରୀମଣ୍ଡଳ ଲୋକ ମାନଙ୍କୁ କମ ଦାମରେ ପିଆଜ ଉପଲବ୍ଧ କରାଇବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି l

ରାଜ୍ୟର ନାଗରିକ ଆପୂର୍ତୀ ବିଭାଗର ନିର୍ଦେଶକ କହିଛନ୍ତି ଯେ ,ଗୋଆ ସରକାର ନାସିକରେ ନେସନାଲ ଆଗ୍ରିକଲଚର କୋପ୍ରେଟିବି ଠାରୁ ୧୦୪୫ ମେଟ୍ରିକ ଟନ ପିଆଜ କିଣିବା ପାଇଁ ଆଦେଶ ଦେଇଛନ୍ତି l ଅଧିକାରୀ କହିଛନ୍ତି ଯେ ପାଖାପାଖି ୩.୫ ଲକ୍ଷ ରାସନ କାର୍ଡ ଧାରକଙ୍କୁ ୩୨ ଟଙ୍କାରେ ଏକ କିଲୋ ପିଆଜ ଦିଆଯିବ l ଜଣେ ରାସନ କାର୍ଡ ଧାରକଙ୍କୁ ମାତ୍ର ୩ କିଲୋ ପିଆଜ ଗୋଟିଏ ଥରରେ ଦିଆଯାଇ ପାରିବ lଦିଲ୍ଲୀରେ ରହିଥବା ବଡ ବଡ଼ ମଣ୍ଡି ଗୁଡିକରେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି କରାଯାଉଛି l

ପିଆଜ ବ୍ୟବସାୟୀ ମାନେ କହିଛନ୍ତି ଯେ ବର୍ଷ କାରଣରୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରେ ପିଆଜ ଫସଲ ଖରାପ ହୋଇ ଯାଇଛି l ଏହି କାରଣରୁ ମଣ୍ଡିରେ ପିଆଜ ପହଞ୍ଚି ପାରିନାହିଁ l କେବଳ ଦିଲ୍ଲୀ ନୁହେଁ ଚଣ୍ଡୀଗଡ଼ ,ମୁମ୍ବାଇ ,ଅହମଦାବାଦ ,କେରଳ,ବିହାର,ଉତ୍ତରପ୍ରଦେଶ ଓ ଓଡିଶା ସମେତ ଦେଶର ସମସ୍ତ ସହରରେ ପିଆଜର ମୂଲ୍ୟ ଆକାଶଛୁଆଁ ହୋଇଛି l ବ୍ୟବସାୟୀ ମାନେ କାହିଁଛୟାନ୍ତି ଯେ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ ମଧ୍ୟ ପିଆଜ ଦ୍ୱାରା ଆକାଶ ଛୁଆଁ ହୋଇ ରହିବ l

Leave A Reply