Odisha news

ଅସ୍ତରଙ୍ଗ : ଫନୀ ମହାବାତ୍ୟାକୁ ପୁରିଲା ଏକ ବର୍ଷ , ତଥାପି ଅଣ୍ଟା ସଳଖି ଛିଡା ହୋଇପାରୁନାହିଁ ପୁରୀ ଜିଲ୍ଲା

0

ଅସ୍ତରଙ୍ଗ : ୨୦୧୯ ମେ ୩ ତାରିଖ ସକାଳେ ଉପକୂଳ ଅଂଚଳରେ ସୃଷ୍ଟି ହୋଇଥିବା ମାହାବାତ୍ୟାକୁ ଇତି ମଧ୍ୟରେ ଏକ ବର୍ଷ ପୁରିବାକୁ ଯାଉଅଛ । ଏହି ଫନି ମହାବାତ୍ୟା ଖାଲି ଯେ, ପୁରୀ ଜିଲ୍ଲାର ଉପକୂଳ ବାସୀଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ତାହା ନୁହେଁ ଓଡିଶାର ୭ ଗୋଟି ଜିଳ୍ଲାରେ ଏହା ତାଣ୍ଡବ ରଚାଇ କେତେ କେତେ ଜଣଙ୍କୁ ମୃତ୍ୟୁ ବରଣ କରିଥିବା ବେଳେ, ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ ଓ ଲକ୍ଷ ଲକ୍ଷ ଘର ମାଟିରେ ମିସି ଯାଇଥିଲା ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଓଡିଶାରେ ୧୯୯୯ ମହାବାତ୍ୟା ପରଠାରୁ ଯେତେ ବାତ୍ୟା ବହିଯାଇଅଛି ଦ୍ୱିତୀୟରେ ରହିଅଛି ଫନି ମହାବାତ୍ୟା । ଏହାର ପ୍ରଭାବରେ କ୍ଷତିଗ୍ରସ୍ଥ ହେବାକୁ ଥିବା ଉପକୂଳ ଜିଲ୍ଲା ତଥା ପୁରୀ, ଖୋଦ୍ଧା , ଜଗତ୍ସିଂହପୁର, କେନ୍ଦ୍ରାପଡା,ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପ୍ରଭୃତିର ୮ ଲକ୍ଷ ଲୋକଙ୍କୁ ଆଗୁଆ ସ୍ଥାନାନ୍ତରିତ କରାଯାଇ ନିରାପଦ ସ୍ଥାନ ଯଥା:- ବାତ୍ୟା, ବନ୍ୟା, ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ହେଲେ ଫନୀ ମହାବାତ୍ୟାର ତାଣ୍ଡବରେ ଏହି ୭ ଗୋଟି ଜିଲ୍ଲାର ୧୦ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ହଜାରରୁ ଉର୍ଦ୍ଧ ଆହତ ହୋଇଥିଲେ ଓ ୪୦ଜଣ ଥିଲେ ନିଖୋଜ । ତା ମଧ୍ୟରୁ ପୁରୀ ଜିଲ୍ଲାର ଅସ୍ତରଙ୍ଗର ଜାହାନିଆଁ ଉପକୂଳ ଥିଲା ବିଶେଷ କ୍ଷତିଗ୍ରସ୍ଥ ଅଂଚଳ । ଏହି ଉପକୂଳରେ ଫନୀ ବାତ୍ୟା ତାଣ୍ଡବ ରଚି ଅସ୍ତରଙ୍ଗ ତହସିଲ ଅଂଚଳର ୩୦୪ ଜଣଙ୍କର କଚ୍ଚା ଘର ସମ୍ପୁଣ୍ଣ ମାଟିରେ ମିଶିଯାଇଥିବା ବେଳେ ।

ପାର୍ଟଲି କ୍ଷତିଗ୍ରସ୍ଥ ହୋଇଥିଲା ୩୪୪୫ ଘର । ସେହିପରି ଗୁହାଳ ୩୦୭୭ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ପାନ ବରଜ ୩୮୩୦ ଓ ନଡିଆ ଗଛ ୧୭୦୦ ଭୂମୀରେ ଲୋଟି ପଡିଥିଲା । ହେଲେ ସରକାରୀ ସହାୟତା ସମ୍ପୁର୍ଣ୍ଣ ଭାଙ୍ଗିଥିବା ଘର ପାଇଁ ଲୋକଙ୍କୁ୯୫,୧୦୦ ଟଙ୍କା ୨୦୩ ଜଣ ପାଇଥିବା ବେଳେ, ଅଦ୍ୟାବଧି ୧୦୧ ଜଣ ଗରିବ ପରିବାର ଏହି ସହାୟତା ରାଶି ପାଇପାରି ନାହାନ୍ତି । ପାନ ବରଜ ଚାଷିଙ୍କୁ ୨୦୦୦ଟଙ୍କା ପ୍ରତି ବରଜ ପାଇଁ ଦିଆଯାଇଥିବା ବେଳେ , ନଡିଆ ଗଛ ଚାଷିଙ୍କୁ ପ୍ରତି ନଡିଆ ଗଛ ପ୍ରତି ୫୦୦ ଟଙ୍କା ଦିଆଯାଇଅଛି ।

ହେଲେ ଯେଉଁ ୩୦୦୦ରୁ ଉର୍ଦ୍ଧ ଗାଇ ଗୁହାଳ କ୍ଷତିଗ୍ରସ୍ଥ ହୋଇଅଛି ସେମାନଙ୍କୁ ଅଦ୍ୟାବଧି ସରକାରଙ୍କର ଘୋଷଣା ମୁତାବକ ୨୨୦୦ ଟଙ୍କା ଦେବାର ଥିଲେ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ସହୟତା ଦେଇପାରିନଥିବାରୁ ତାହା ସମ୍ପୃକ୍ତ ହିତାଧିକାରୀ ପାଇପାରିନାହାନ୍ତି ବୋଲି ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଏକ ସାକ୍ଷାତ କାରରେ ପ୍ରକାଶ କରିଛନ୍ତି । ଏ ସବୁ ସତ୍ୱେ ଉପକୂଳବାସୀ ତାଙ୍କ ମେରୁଦଣ୍ଡଙ୍କୁ ସଜାଡି ଉଠିବାକୁ ଚେଷ୍ଟା କରୁଥିବା ବେଳେ, କରୋନା ମାଡ ଜନତାଙ୍କ ମେରୁଦଣ୍ଡଭାଙ୍ଗି ଦେଇଛି ବୋଲି କହିଲେ ଅତୁକ୍ତି ହେବନାହିଁ । ତେଣୁକରି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ରାଶି ଯୋଗାଇ ଦେବାକୁ ଅସ୍ତରଙ୍ଗ ଅଂଚଳବାସୀଙ୍କ ତରଫରୁ ଦାବି ହେଉଅଛି ।

Har Ghar Tiranga

Leave A Reply