Odisha news

ବିଶ୍ଵ ବାସୀ ଙ୍କ ପାଇଁ ଖୁସି ଖବର : ବୈଜ୍ଞାନିକ ମାନେ ବାହାର୍ କଲେ ଓମୀକ୍ରାନ୍ ଠାରୁ ଦୂରେଇ ରହିବା ଉପାୟ

0
ନୂଆଦିଲ୍ଲୀ : ବର୍ତ୍ତମାନ୍ ସାରା ବିଶ୍ବରେ ଓମୀକ୍ରାନ୍ କାୟା ବିସ୍ତାର କରି ଚାଲିଛି । ଏହା ଲୋକ ମାନଙ୍କ ମଧ୍ୟରେ ଭୟ ବଢାଇ ଚାଲିଛି । ଏହାର ମୁକାବିଲା କରିବା ପାଇଁ ବର୍ତ୍ତମାନ୍ ଅଧିକାଂଶ ସ୍ଥାନରେ ଆଉ ଥରେ ଲକ୍ ଡାଉନ୍ ଓ ସଟ ଡାଉନ୍ ଆରମ୍ଭ ହୋଇ ଯାଇଛି । ଏପରି ସ୍ଥିତି ରେ ଓମୀକ୍ରାନ୍ ପାଇଁ ଗୋଟିଏ ଚିନ୍ତା ମୁକ୍ତ ଖବର ଆସିଚି ।
ମିଳିଥିବା ସୂଚନା ଅନୁସାରେ ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକ ମାନଙ୍କ ର ଗୋଟିଏ ଦଳ ସେହି ଆଣ୍ଟି ବଡିଜ୍ କୁ ଖୋଜି ବାହାର କରିଛନ୍ତି, ଯାହା ଓମୀକ୍ରାନ୍ ସହିତ କରୋନା ର ସମସ୍ତ ଭାରିଏଣ୍ଟ ପାଇଁ ପ୍ରଭାବଶାଳୀ ରହିବ । ଏହି ଆଣ୍ଟି ବଡିଜ କରୋନା ମହାମାରୀ ର ସେହି ଅଂଶ କୁ ଲକ୍ଷ କରିବ ଯେଉଁଥିରେ ମ୍ୟୁଟେଶନ ସମୟରେ ମଧ୍ୟ କୌଣସି ପରିବର୍ତ୍ତନ ହେଉ ନାହିଁ ।
ୟୁନିଭର୍ସିଟି ଅଫ ୱାଶିଂଟନ ର ଆସୋଷିଏଟ ପ୍ରଫେସର ଡେଭିଡ ବିସଲର ଏହି ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ କରୋନା ମହାମାରୀ ର ମୁନିଆ ଅଂଶ କୁ ସ୍ପାଇକ ପ୍ରୋଟିନ କୁହାଯାଏ । ଏହା ଜରିଆରେ ମାନବ ଶରୀରରେ ସଂକ୍ରମଣ ବୃଦ୍ଧି ହୋଇଥାଏ । ସେ କହିଛନ୍ତି ଯେ ସ୍ପାଇକ ପ୍ରୋଟିନ କୁ ଟାର୍ଗେଟ କରି ଆଣ୍ଟି ବଡି ତିଆରି କରିବା ଦ୍ୱାରା କରୋନା କବଳରୁ ରକ୍ଷା ପାଇ ହେବ ।
ଏହି ଆଣ୍ଟି ବଡି ତିଆରି କରିବା ପାଇଁ ବୁଷ୍ଟାର୍ ଡ଼ୋଜ ଗୋଟିଏ ଭଲ ପଦକ୍ଷେପ ଅଟେ । ସେ କହିଛନ୍ତି ଯେ ଯେଉଁ ଲୋକମାନେ କରୋନା ର ଦୁଇଟି ଡୋଜ ନେଇଛନ୍ତି ସେମାନଙ୍କ ପାଇଁ ବୁଷ୍ଟର ଡୋଜ୍ ନେବା ନିହାତି ଆବଶ୍ୟକ ।
Leave A Reply

Your email address will not be published.