ନୂଆଦିଲ୍ଲୀ : ନେପାଳର ପ୍ରଧାନମନ୍ତ୍ରୀ ଓଲି ପ୍ରତିନିଧି ସଭା ଭାଙ୍ଗିବା ପରେ ନିଜକୁ ବଞ୍ଚାଇବାକୁ ଯାଇ କହିଛନ୍ତି ଯେ ନେପାଳର କମ୍ୟୁନିଷ୍ଟ ପାର୍ଟିର କିଛି ନେତାଙ୍କ ଉପରେ ସମନ୍ଵନ୍ତର ସରକାର ତିଆରି କରିବା ପାଇଁ ପ୍ରୟାସ କରୁଥିବାର ଆରୋପ ଲଗାଇଛନ୍ତି l ଓଲି ଏହି ଟିପଣି ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିଜର ସମ୍ବୋଧନ କହିଛନ୍ତି l ନେପାଳରେ ୨୦ ଡିସେମ୍ବର ଦିନ ରାଜନୈତିକ ସଙ୍କଟ ସେତେବେଳେ ଉତ୍ପନ ହେଲା ଯେତେବେଳେ ଓଲି ନିଜର ପ୍ରତିଦ୍ୱନ୍ଦୀ ପ୍ରଚଣ୍ଡଙ୍କ ସହିତ ସରକାର ପାଇଁ ସଂଘର୍ଷ ମଧ୍ୟରେ ଆଶ୍ଚର୍ଯ୍ୟ ଜନକ ଭବରେ ପଦକ୍ଷପ ଉଠାଇ ପ୍ରତିନିଧି ସଭାକୁ ଭଙ୍ଗ କରି ଦେଇଥିଲେ l
୨୭୫ ସଦସ୍ୟ ବିଶିଷ୍ଟ ସଦନକୁ ଭଙ୍ଗ କରିବା ପରେ ପ୍ରଚଣ୍ଡଙ୍କ ନିର୍ଦେଶ କ୍ରମେ NCP ର ଜଣେ ବଡ଼ ନେତାଙ୍କ ଦ୍ୱାରା ବିରୋଧ କରାଯାଇଥିଲା l ପ୍ରଚଣ୍ଡଙ୍କ ନେତୃତ୍ୱରେ ଥିବା ଦଳ କାଠମାଣ୍ଡୁ ସହିତ ଦେଶର ବିଭିନ୍ନ ସ୍ଥାନରେ ସରକାର ବିରୋଧୀ ପଦର୍ଶନ ଓ ସାର୍ବଜନିକ ସଭା କରିଥିଲେ l ପ୍ରଚଣ୍ଡ ଓ ଓଲିଙ୍କ ଦଳ ଉଭୟ ନେପାଳ କମ୍ୟୁନିଷ୍ଟ ପାର୍ଟିକୁ ନିୟନ୍ତ୍ରଣ କରିବାକୁ ଦାବି କରୁଛନ୍ତି l ଓଲି କହିଛନ୍ତି ଯେ ତାଙ୍କ ସରକାର ଗତ ଏକ ବର୍ଷରୁ ଗଠବନ୍ଧନ ସରକାରଙ୍କ ଭଳି ବିଭିନ୍ନ ପ୍ରକାରର ଅସୁବିଧାକୁ ସମ୍ମୁଖୀନ କାରୁଛି l ସେ ନିଜର ପାର୍ଟିର ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ସଦନ ଭଙ୍ଗ କରିବା ଆରୋପ ଲଗାଇଛନ୍ତି l ଓଲିଙ୍କ ସହିତ ପ୍ରତିଦ୍ୱନ୍ଦୀ ଦଳର ବିଭିନ୍ନ ବିଧାୟକଙ୍କର ଅନୁମୋଦନର ପ୍ରକ୍ରିୟା ,ବିଭିନ୍ନ ସମ୍ଭିଧାନିକ କାର୍ଯ୍ୟର ଖାଲି ପଦ ପାଇଁ ନିବେଦନ ଓ ସଂସଦରେ ବାଧା ଦେଉଥିବା ବିଭିନ୍ନ କାର୍ଯ୍ୟ ଉପରେ ଦୋଷ ଦେଇଛନ୍ତି l
Comments are closed.