ନୂଆଦିଲ୍ଲୀ : ଭାରତ ସ୍ୱାଧୀନ ହେବାପରେ ଦେଶରେ ପ୍ରଥମ ଥର ପାଇଁ କୌଣସି ମହିଳାଙ୍କୁ ତାଙ୍କର ଅପରାଧିକ କାର୍ଯ୍ୟକଳାପ ପାଇଁ ଫାସୀ ଦଣ୍ଡ ଦିଆଯିବ l ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି ଅମରୋହାରେ ରହୁଥିବା ସବନମକୁ ମୃତ୍ୟୁ ଦଣ୍ଡ ଦିଆଯିବ l ନିର୍ଭୟଙ୍କ ଦୋଷୀଙ୍କୁ ଫସି ଦେଇଥିବା ପବନ ଜଲ୍ଲାଦ ଦୁଇଥର ଫାସୀ ଗୃହ ନିରୀକ୍ଷଣ କରି ସାରିଲେଣି l ଏହି ମାମଲା ୨୦୦୮ ର ,ଯେତେବେଳେ ଅମରୋହା ରହୁଥିବା ସବନମ ନାମକ ମହିଳା ଅପ୍ରେଲ ମାସରେ ନିଜ ପ୍ରେମୀଙ୍କଙ୍କ ସହିତ ମିଶି ନିଜର ପରିବାରର ୭ ଜଣ ସଦସ୍ୟଙ୍କୁ କୁରାଢ଼ୀରେ ଵିଭଶ୍ଚ ଭାବରେ ହତ୍ୟା କରିଥିଲେ l
ଏହି ମାମଲାରେ ସର୍ବନିମ୍ନ ନ୍ୟାୟାଳୟର ନେଇ ସର୍ବୋଚ ନ୍ୟାୟାଳୟ ପର୍ଯ୍ୟନ୍ତ ସମସ୍ତେ ଫାସୀ ସ୍ଥିର କରିଥିଲେ l ଏହାପରେ ସବନମ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଆବେଦନ କରିଥିଲେ ,ରାଷ୍ଟ୍ରପତି ମଧ୍ୟ ଦୟା ଯାଚିକାକୁ ଖାରଜ କରି ଦେଇଥିଲେ l ଏହି କାରଣରୁ ସ୍ୱାଧୀନ ଭାରତ ଇତିହାସରେ ସବନମ ପ୍ରଥମ ମହିଳା ହେବେ ଯାହାଙ୍କୁ ଫାସୀ ଦିଆଯିବ l ପବନ ଜଲ୍ଲାଦ ଫାସୀ ଘର ନିରୀକ୍ଷଣ କରି ଫାସୀ ଗୃହରେ ଲାଗିଥିବା ଲିବର ଯେଉଁ ଅସୁବିଧା ଥିଲା ତାହାକୁ ଜେଲ ପ୍ରଶାସନ ଠିକ କରି ଦେଇଛନ୍ତି l
ଫାସୀ ଦେବା ପାଇଁ ବିହାରର ଜେଲ ବକ୍ସରରୁ ରଶି ଅଣାଯିବ l ମଥୁରାରେ ଥିବା ମହିଳା ମାନଙ୍କ ପାଇଁ ଏହି ଫାସୀ ଘରଟି ସ୍ୱାଧୀନତା ପୂର୍ବରୁ ଆଜିକୁ ନେଇ ପାଖାପାଖି ୧୫୦ ବର୍ଷ ପୂର୍ବରୁ ତିଆରି କରାଯାଇଥିଲା ,କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ କାହାକୁ ଫାସୀ ଦିଆଯାଇ ନାହିଁ l ମଥୁରା ଜେଲର ଜେଲର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଫାସୀର ତାରିଖ ନିର୍ଧାରଣ କରାଯାଇ ନାହିଁ ,ନା କୌଣସି ଆଦେଶ ଆସିଛି କିନ୍ତୁ ଜେଲ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି l ଡେଥ ୱାରେଣ୍ଟ ଜାରି ହେବ ପରେ ସବନମକୁ ଫାସୀ ଦଣ୍ଡ ଦିଆଯିବ l
Comments are closed.