ନୂଆଦିଲ୍ଲୀ : ଆମେରିକାର ଫେଡରଲ ଏବିଏସନ ଆଡ୍ମିନିଷ୍ଟ୍ରେସନ ଗୋଟିଏ ଏପରି ଗାଡିକୁ ମଞ୍ଜୁରୀ ଦେଇଛନ୍ତି ଯାହା ୧୦ ହଜାର ଫୁଟ ଉଚତାକୁ ଉଡି ପାରିବ l ଏହି କାରଟିକୁ ପ୍ରସ୍ତୁତ କରିଥିବା କମ୍ପାନୀର ନାମ ହେଉଛି Terrafugia Transition l କମ୍ପାନୀ ଦାବି କରିଛନ୍ତି ଯେ କାରଟି ମାଟି ଉପରେ ମଧ୍ୟ ଚାଲି ପାରିବ ଓ ଆକାଶରେ ମଧ୍ୟ ଉଡି ପାରିବ l ଉକ୍ତ କମ୍ପାନୀର ମାଲିକାନା ହକ ଚୀନର କମ୍ପାନୀ Geely ପାଖରେ ଅଛି l କମ୍ପାନୀ ବିଭିନ୍ନ ପ୍ରକାରର ଉଡ଼ନ୍ତା କାର ତିଆରି କରିବା ପାଇଁ ମଧ୍ୟ ସ୍ଥିର କରିଛି l
ଉକ୍ତ କମ୍ପାନୀ ଦାବି କରିଛି ଯେ ,କାରଟି ସର୍ବାଧିକ ୧୬୦ କିଲୋମିଟର ପ୍ରତି ଘଂଟାରେ ଉଡି ପାରିବ l FAA କହିଛି ଯେ କାରଟିକୁ ସ୍ପେଶାଲ ଲାଇଟ ସପୋର୍ଟ ଏୟାର କ୍ରାଫ୍ଟ ଭାବରେ ମଞ୍ଜୁରୀ ଦିଆଯାଇଛି l ବର୍ତ୍ତମାନ କାରଟି ପାଇଁ ସମସ୍ତ କମ୍ପାନୀ ମେମ୍ବର ଠିକରେ ଲୋକ ମାନଙ୍କ ଦ୍ୱାରା ଗ୍ରହଣ କରାଯିବ ବୋଲି ଆଶା ରଖିଛନ୍ତି l ମିଳୁଥିବା ସୂଚନା ଅନୁସାରେ ଗୋଟିଏ ମିନିଟରୁ କମ ସମୟରେ କାରଟି ଉଡ଼ିବାରୁ ଚାଲିବା ଅବସ୍ଥାକୁ ପଳେଇ ଆସିଥାଏ l ଉଡୁଥିବା ଏହି କାରଟିକୁ ଆପଣ ଜାତୀୟ ରାଜପଥ କିମ୍ବା କୌଣସି ପଡିଆ ଭିତରେ ଲ୍ୟାଣ୍ଡ କରି ପାରିବେ l
କାରଟିରେ ଏପରି ଡେଣା ଲାଗିଛି ରୋଡ଼ରେ ଚାଲିବା ସମୟରେ ତାହା ସଂକୁଚିତ ହୋଇ ଯିବ l କାରଟିରେ ୧୦୦ ଏଚପି ର ଇଞ୍ଜିନ ଲଗାଯାଇଛି ଏହି କାରଟି ଗୋଟିଏ ଥରକରେ ୬୪୩ କିଲୋମିଟର ଯାତ୍ରା କରି ପାରିବ l କାରଟିରେ ପ୍ରିମିୟମ ପେଟ୍ରୋଲ ଓ ୧୦୦ LL ବିମାନ ଇନ୍ଧନର ବ୍ୟବହାର କରାଯାଏ l କାର ପ୍ରସ୍ତୁତ କରିଥିବା କମ୍ପାନୀ ଆଶା ରଖିଛନ୍ତି ଯେ ୨୦୨୨ ଭିତରେ ୨ ସିଟ ବିଶିଷ୍ଟ ହାଇବ୍ରିଡ଼ କାର ପ୍ରସ୍ତୁତ କରାଯିବ l କିନ୍ତୁ ଏହି କାରଟିକୁ ଚଳାଇବା ବ୍ୟକ୍ତିଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ସ୍ପୋର୍ଟ ପାଇଲଟ ଷାଠିପିକେଟ ଥିବା ଆବଶ୍ୟକ l
Comments are closed.