Odisha news

ଜଳବାୟୁ- ପ୍ରତିରୋଧୀ ଜୀବିକା ଓ ମହିଳାଙ୍କ- ନେତୃତ୍ୱରେ କୃଷିକୁ ସୁଦୃଢ କରିବାକୁ ପୁରୀଠାରେ ୨ୟ ଡିଏଲ୍‌ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

0

ପୁରୀ: ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ନିମନ୍ତେ ତଥ୍ୟ ବିଜ୍ଞାନର ସ୍ଥାନୀୟକରଣ (ଏଲ୍‌ଡିଏସ୍‌ସିସିଏ) ଅଧୀନରେ ୨ୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ (ଡିଏଲ୍‌ସିସି) ପୁରୀସ୍ଥିତ ସିଡିଏଓ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଶ୍ରୀ ଚନ୍ଦ୍ରମୋହନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା, ସମନ୍ୱୟ ଫଳାଫଳ ଆକଳନ ଏବଂ ପରବର୍ତ୍ତୀ ତ୍ରୟମାସିକ (ମେ- ଜୁଲାଇ ୨୦୨୬) ନିମନ୍ତେ କାର୍ଯ୍ୟକ୍ରମ ନକ୍ସା ମିଳିତ ଭାବରେ ଯୋଜନା କରିବାକୁ ପ୍ରଥମ ଡିଏଲ୍‌ସିସି ବୈଠକ ନିଷ୍କର୍ସର ପରବର୍ତ୍ତୀ ପଦକ୍ଷେପ ଭାବରେ ଏହି ତ୍ରୟମାସିକ ସମନ୍ୱୟ ବୈଠକ ଆୟୋଜନ କରାଯାଇଥିଲା । କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ଗୋସମ୍ପଦ, ଜଳସେଚନ, ମୃତ୍ତିକା ସଂରକ୍ଷଣ, ଓଡ଼ିଶା ଜୀବିକା ମିଶନ (ଓଏଲ୍‌ଏମ), ଜଙ୍ଗଲ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ (ଡିଏସ୍‌ଡବ୍ଲୁ୍ୟ) ଓ କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧିଗଣ ଏବଂ ବୈଷୟିକ ସଂସ୍ଥାସମୂହ, କାର୍ଯ୍ୟକ୍ରମର ସହଭାଗୀ ତଥା ରୂପାୟନକାରୀ ଅଂଶୀଦାରମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ସହିତ ସଂଯୁକ୍ତ କୃଷକମାନେ ମଧ୍ୟ ସେମାନଙ୍କର କ୍ଷେତ୍ର ଅନୁଭୂତି, ଶିକ୍ଷଣ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା (ଆଇଏଫଏସ୍‌), ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମ୍‌କେୟୁୱାଇ), କୃଷି ପୁଷ୍କରିଣୀ ବିକାଶ ଏବଂ ଜଳବାୟୁ ପ୍ରତିରୋଧୀ କୃଷି ପ୍ରୟାସ ଭଳି ସମନ୍ୱୟ ସଂଯୁକ୍ତ ଯୋଜନାଗୁଡିକରୁ ହାସଲ କରାଯାଇଥିବା ଅନୁଭୂତି, ଶିକ୍ଷଣ ଓ ଫାଇଦାଗୁଡିକ ସହଭାଗୀତା କରିଥିଲେ । ଜାନୁଆରୀରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ଏହି ପ୍ରୟାସ ୧୭ଟି ଗ୍ରାମରେ ୫୦୦ରୁ ଅଧିକ ଚାଷୀ ପରିବାରଙ୍କ ନିକଟରେ ପହଞ୍ଚି ପାରିଥିବା ଓ ୨୫୦ରୁ ଅଧିକ ମହିଳା ଚାଷୀ ଜଳବାୟୁ ପ୍ରତିରୋଧୀ କୃଷି ଓ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛି । ପ୍ରାୟ ୨୦୭ ଏକର ଅଞ୍ଚଳକୁ ଏସ୍‌ଆରଆଇ ଓ ଉନ୍ନତ କୃଷି ଅର୍ଥନୈତିକ କାର୍ଯ୍ୟାଭ୍ୟାସ ଉପଯୋଗ କରି ଧାନ ଚାଷ, ଡାଲି ଚାଷ, ମିଲେଟ୍‌ ଚାଷ, ବ୍ୟବସାୟିକ ପରିବା ଚାଷ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ମଡେଲକୁ ପ୍ରୋତ୍ସାହନ ଜରିଆରେ ଜଳବାୟୁ ପ୍ରତିରୋଧୀ କୃଷି ଅଧୀନକୁ ଅଣାଯାଇଛି । ଗୋ-ପଳନ, ଏମ୍‌କେୟୁୱାଇ ଅଧୀନରେ କୁକୁଡା ପାଳନ, ଛତୁ ଚାଷ, ଜିଆ ଖତକୁ ପ୍ରୋତ୍ସାହନ ଏବଂ ଛାତ ଉପରେ ସୋ÷ର ଶକ୍ତି ପ୍ରକଳ୍ପ ଭଳି ଜୀବିକା ଉପାଜନ ଓ ଔଦ୍ୟୋଗିକ କାର୍ଯ୍ୟକ୍ରମଗୁଡିକ ମଧ୍ୟ ବିବିଧ ବିଭାଗ ସମନ୍ୱୟ ଜରିଆରେ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ ସଂସ୍ଥାନଗତ ସମର୍ଥନ ଓ ସମ୍ବଳ ଆକାରରେ ୪୩ କୋଟି ଟଙ୍କାରୁ ଅଧିକ ଯୋଗାଡ କରାଯାଇଥିଲା ।
ଆଲୋଚନା କାଳରେ ମେ – ଜୁଲାଇ ୨୦୨୬ ନିମନ୍ତେ ତ୍ରୟମାସିକ ସମନ୍ୱିତ କାର୍ଯ୍ୟାନ୍ୱୟନ ଯୋଜନାକୁ ସମସ୍ତ ଅଂଶଗ୍ରହଣକାରୀ ବିଭାଗ ଆନୁଷ୍ଠାନିକ ସମର୍ଥନ କରିଥିଲେ । ମୁକ୍ତ ଅଧିବେଶନ ଆଲୋଚନା କାଳରେ ଗ୍ରାମ ପଞ୍ଚାୟତ ସ୍ତରରେ ସମନ୍ୱିତ ରୂପାୟନ କରି ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭାଗ ୱାରୀ ଧାର୍ଯ୍ୟ ଲକ୍ଷ୍ୟ ଏବଂ ଦାୟିତ୍ୱଗୁଡିକ ସମ୍ପର୍କରେ ଆଲୋଚନା କରାଯାଇ ତାହା ଚୂଡାନ୍ତ କରାଯାଇଥିଲା ।
ଏହି ବୈଠକ ପୁରୀ ଜିଲ୍ଲା ଗୋପ ବ୍ଲକରେ ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ କ୍ଲାଇମେଟ ଚେଞ୍ଜ ଆଡାପ୍‌ଟେସନ ଇନିସିଏଟିଭ୍‌ କାର୍ଯ୍ୟକାରୀ ସଂସ୍ଥା ହମାରା ବଚ୍‌ପନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ପ୍ରୟାସ ୟୁଏନ୍‌ଡିପି ଇଣ୍ଡିଆ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏକ ମିଳିତ ପ୍ରୟାସ ହୋଇଥିବାବେଳେ ଏହାକୁ ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ (ବିଏମ୍‌ଇଏଫ) ସମର୍ଥନ ଯୋଗାଇ ଦେଇଥିଲେ ।
ଏହି ପ୍ରକଳ୍ପ ଜାତୀୟସ୍ତରରେ ପ୍ରସ୍ତୁତ ଜଳବାୟୁ ସମ୍ପର୍କିତ ସୂଚନାକୁ କୃଷକ, ଯୋଜନା ପ୍ରସ୍ତୁତକାରୀ ଓ ସ୍ଥାନୀୟ ସଂସ୍ଥାନଗୁଡିକ ଦ୍ୱାରା ବାସ୍ତବ ସମୟ ଭିତ୍ତିକ ଜଳବାୟୁ ଗ୍ରହଣୀୟତା ତଥା ମଜଭୁତ ଜୀବିକା ଉପାର୍ଜନ ଯୋଜନା ନିମନ୍ତେ ସଫଳତାର ସହିତ ସ୍ଥାନୀୟ ସ୍ତରରେ କାର୍ଯ୍ୟାନ୍ୱୟନର ଅନ୍ତର୍ଦୃଷ୍ଟିରେ ରୂପାନ୍ତରିତ କରି ଭାରତର ଜଳବାୟୁ ସମ୍ବେଦୀ କ୍ଷେତ୍ରରେ ଥିବା ତାରତମ୍ୟ ଦୂର କରିବା ପ୍ରତି ଦୃଷ୍ଟି ଦେଉଛି ।
ଅନ୍ୟମାନଙ୍କ ମଧ୍ୟରେ ଡ.ଶରତ କୁମାର ବେହେରା, ସିଡିଭିଓ ପୁରୀ, ଡ.ମଞ୍ଜୁଲତା ତ୍ରିପାଠୀ, ଡିଡିଏଚ୍‌ ପୁରୀ, ଶ୍ରୀ ଜ୍ୟୋତି ରଞଜ ମିଶ୍ର, ଏଡିଏସ୍‌ସି ପୁରୀ, ଡ.ପରେଶ କୁମାର ପଣ୍ଡା, ଏଡିଓ ସାକ୍ଷୀଗୋପାଳ ଓ ନିମାପଡା, ଶ୍ରୀମତୀ ସଂଘମିତ୍ରା ପାଣିଗ୍ରାହୀ, ଏଏଫ୍‌ଓ ମୁଖ୍ୟଦପ୍ତର, ଡ.ଦୀପଶିଖା ପାରମିତା, ବୈଜ୍ଞାନିକ କେଭିକେ ପୁରୀ, ଶ୍ରୀମତୀ ଚନ୍ଦ୍ରପ୍ରଭା ଦେଇ, ପିଓ, ଡିଏସ୍‌ଡବ୍ଲୁ୍ୟ, ଶ୍ରୀ ହିମାଦ୍ରି ନାଥ ସାହୁ, ଏସଏମ୍‌ଏସ- ଏଗ୍ରି, ଡିଏଫଓ ପୁରୀ, ସୁଶ୍ରୀ ତୃପ୍ତିମୟୀ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ବିଭାଗ, ସୁଶ୍ରୀ ଜୟଲକ୍ଷ୍ମୀ ସାହୁ, ବିଏଓ ଗୋପ ଓ ଶ୍ରୀ ଅଜୟ ନାୟକ, ଡିପିଏମ୍‌, ଓଏଲଏମ୍‌ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଓଡ଼ିଶାର ଆପଦ ପ୍ରବଣ ଗ୍ରାମାଞ୍ଚଳ ସମୁଦାୟରେ ଜଳବାୟୁ ପ୍ରତିରୋଧୀ ଜୀବିକା ଉପାର୍ଜନ ଓ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥା ସୁଦୃଢ କରିବା ନିମନ୍ତେ ସମନ୍ୱୟ ଭିତ୍ତିକ ଯୋଜନା, ମହିଳାଙ୍କ- ନେତୃତ୍ୱରେ ଜଳବାୟୁ ଗ୍ରହଣୀୟତା ଏବଂ ଆନ୍ତଃ ବିଭାଗୀୟ ସମନ୍ୱୟକୁ ପୁନଃ ସୁଦୃଢୀକରଣ କରାଯାଇଥିଲା ।

Govt
Leave A Reply