Odisha news

କ୍ଲବରେ ଖାଇବାକୁ ପହଞ୍ଚିଥିଲେ ଦମ୍ପତି, କ୍ଲବର କର୍ମଚାରୀଙ୍କୁ ଦେଲେ ୧.୫ ଲକ୍ଷ ଟଙ୍କା : କାରଣ ରହିଛି ଏହିପରି

ନୂଆଦିଲ୍ଲୀ : ଚିକାଗୋ ସ୍ଥିତ ଗୋଟିଏ ଭୋଜନାଳୟରୁ ଗୋଟିଏ ଦମ୍ପତି ଖାଇବାକୁ ଯାଇଥିଲେ l ଉଭୟ ଦମ୍ପତି ଉକ୍ତ ଭୋଜନାଳୟର ଖାଦ୍ୟ ପରସୁଥିବା ଜଣେ କର୍ମଚାରୀଙ୍କୁ ଭାରତୀୟ ମୁଦ୍ରାରେ ୧.୫ ଲକ୍ଷ ଟଙ୍କା  ଦେଲେ l ଉକ୍ତ କର୍ମଚାରୀ ମଧ୍ୟ ଅଟେ ଗୁଡିଏ ରାଶି ପାଇ ଅତ୍ୟନ୍ତ ଖୁସି ଅଛନ୍ତି l ଏହା ପଛରେ ଗୋଟିଏ କାରଣ ରହିଛି l ଏହି ବିଷୟରେ ସେଠାକାର କର୍ମଚାରୀ କହିଛନ୍ତି ଯେ ଉକ୍ତ ଦମ୍ପତି ୨୦ ବର୍ଷ ପୂର୍ବରୁ ଏଠାରେ ଦେଖା ହୋଇଥିଲେ l ସେମାନେ ପ୍ରତେକ ବର୍ଷ ଏହି ଦିନରେ ଏଠାକୁ ଆସିଥାନ୍ତି l ସେମାନଙ୍କର ବୈବାହିକ ଜୀବନ ୨୦ ବର୍ଷ ହୋଇ ଯିବାରୁ ସେମାନେ ତାହାକୁ ପାଳନ କରିବାକୁ ଯାଇ ଏତେ ଗୁଡିଏ ମୁଦ୍ରା କର୍ମଚାରୀଙ୍କୁ ଦେଇଥିଲେ l

ଉକ୍ତ ହୋଟେଲର ମାଲିକ ନିଜ ଫେସବୁକ ଆକାଉଣ୍ଡର ବିଲ୍ ର ଗୋଟିଏ ଫଟୋ ସେୟାର କରି ଲେଖିଛନ୍ତି “ଦମ୍ପତି ନିଜର ପ୍ରଥମ ପ୍ରେମ ଆମ ଭୋଜନାଳୟରୁ ଆରମ୍ଭ କରିଥିଲେ l ସେମାନେ ଦୀର୍ଘ ୨୦ ବର୍ଷ ହେଲାଣି ଫେବୃଆରୀ ୧୨ଓ ତାରିଖ ଦିନ ଆମ କ୍ଲବ ଲକିକୁ ଆସିଥାନ୍ତି l ପ୍ରତେକ ଫେବୃଆରୀ ୧୨ ତାରିଖର ସନ୍ଧ୍ୟା ୭:୩୦ ମିନିଟି ଓ ସିଟ ନମ୍ବର ୪୬ କୁ ଆସିଥାନ୍ତି l ଆମେ ମଧ୍ୟ ତାଙ୍କୁ ପ୍ରତେକ ବର୍ଷ ଏହି ସିଟ ଦେଇଥାଉ l ସେମାନଙ୍କ ଜୀବନରେ ଏହି ତାରିଖଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ l ଆମେ ମଧ୍ୟ ସେମାନଙ୍କ ସହିତ ସେଲିବ୍ରେଟ କରିଥାଉ l “ଫେସବୁକରେ ଏହି ପୋଷ୍ଟଟିକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି l ମିଳିଥିବା ସୂଚନା ଅନୁସାରେ କ୍ଲବର ମାଲିକ ଏହାକୁ ନେଇ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି l ସେ କହିଛନ୍ତି କରୋନା କାରଣରୁ ଵିଭଜୀଣ୍ଣ ବ୍ୟବସାୟ ବନ୍ଦ ରହିଥିବା ବେଳେ କିଛି ଲୋକଙ୍କର ଏପରି ମନଭାଵ ସେମାନଙ୍କର ଉଦାରତାକୁ ଦର୍ଶାଉଛି

Comments are closed.