ଜାପାନର ଚେତେସୁ ୱତାନାବେ ପୃଥିବୀର ସବୁଠୁ ବୟସ୍କ ଜୀବିତ ପୁରୁଷ ଭାବେ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଫେବୃଆରୀ ୧୨ରେ ସେ ୧୧୨ ବର୍ଷ ୩୪୪ ଦିନରେ ପାଦ ଥାପିଛନ୍ତି । ୧୯୦୭ ମାର୍ଚ୍ଚ ୫ରେ ଜାପାନର ନିଗିତା ସହରରେ ତାଙ୍କର ଜନ୍ମ । ସେ ପାଞ୍ଚ ସନ୍ତାନର ଜନକ । ସେ ଆଖୁ କ୍ଷେତରେ କାମ କରନ୍ତି । ରାଗିବା ତଥା ବଡ଼ ପାଟିରେ କଥା ନ କହିବା ତାଙ୍କ ଦୀର୍ଘାୟୁ ପଛର ରହସ୍ୟ ବୋଲି ପରିବାର ସଦସ୍ୟ କହନ୍ତି । ସେ ସବୁବେଳେ ହସନ୍ତି । ବନ୍ସାଇ ଗଛ ଲଗାଇବାକୁ ପସନ୍ଦ କରନ୍ତି ଚେତେସୁ । ତାଙ୍କ ଦୀର୍ଘାୟୁ ପଛରେ ଖାଦ୍ୟ ତଥା ଏକ୍ସସାଇଜ ବି ଅନ୍ୟତମ କାରଣ । ତାଜା ପନିପରିବା ଖାଇବା, ଗ୍ରୀନ୍ ଟି’ ଓ ସୁପ୍ ପିଅନ୍ତି । ୧୮ ବର୍ଷ ପର୍ଯ୍ୟନ୍ତ ସେ ତାଇୱାନ୍ରେ କୃଷି କ୍ଷେତ୍ରରେ କାମ କରି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଜାପାନ ଫେରିଲେ । ୧୦୪ ବର୍ଷ ବୟସରେ ବି ସେ ଫାର୍ମରେ ପନିପରିବା ଓ ଫଳ ଚାଷ କଲେ । ତାଙ୍କ ପୂର୍ବରୁ ଜାପାନର ବୟସ୍କ ପୁରୁଷ ମାସୋଜୋ ନୋନାକେ ଥିଲେ । ୧୨ ଜୁନ୍ ୨୦୧୩ରେ ତାଙ୍କର ମୃତୁ୍ୟ ହୋଇଥିଲା । ସେତେଳେ ତାଙ୍କ ବୟସ ଥିଲା ୧୧୩ ବର୍ଷ ୫୪ ଦିନ । ଏବେ କେନ୍ ତାନ୍କା ପୃଥିବୀର ସବୁଠୁ ବୟସ୍କ ମହିଳା । ତାଙ୍କ ବୟସ ୧୧୭ ବର୍ଷ ।