Odisha news

ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ ‘ବେବି କେଜ୍ରି’…

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଭୋଟଗଣତି ଦିନ ଠାରୁ ଚର୍ଚ୍ଚାରେ ରହି ଆସିଥିବା ‘ବେବି କେଜ୍ରିଓ୍ଵାଲ’ଙ୍କୁ ଆସନ୍ତା ୧୬ ତାରିଖ ଦିନ ଦିଲ୍ଲୀର ରାମଲୀଲା ମଇଦାନରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ରୂପେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ସମାରୋହରେ ଜଣେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ଆଜି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପଠା ଯାଇଛି। କେହି କେହି ଏହି ଶିଶୁ ଜଣଙ୍କୁ ‘ବେବି କେଜ୍ରିଓ୍ଵାଲ’ ବୋଲି କହୁଥିବା ବେଳେ ଆପ୍‌ କିନ୍ତୁ ଏହି ଶିଶୁଙ୍କ ନାମକରଣ କରିଛି ‘ବେବି ମଫଲରମ୍ୟାନ୍‌’।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଣ୍ଡରେ ଆମ ଆଦମୀ ପାର୍ଟିର ଦଳୀୟ ଟୋପି, ବେକରେ କେଜ୍ରିଓ୍ଵାଲଙ୍କ ଷ୍ଟାଇଲରେ ମଫଲର ଆଖିରେ ବଡ଼ ଚଷମା, ନାକ ତଳକୁ ଛୋଟ ନିଶ ଏବଂ ଦେହରେ ପୂରା କେଜ୍ରିୱାଲଙ୍କ ଭଙ୍ଗୀର ସ୍ୱେଟର ପିନ୍ଧି ଗତ ମଙ୍ଗଳବାର ଦିନ ‘ବେବି କେଜ୍ରିୱାଲ’ ସାଜିଥିଲେ ଜଣେ ୧ ବର୍ଷ ବୟସ୍କ ଶିଶୁ। ସେବେଠାରୁ ଏହି ବେବି କେଜ୍ରିୱାଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବକୁ ଆରମ୍ଭ କରିଥିଲା।

ମଙ୍ଗଳବାର ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନୀ ଫଳାଫଳ ଘୋଷିତ ହେଉଥିବା ପରିପ୍ରେକ୍ଷୀରେ ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ଆସି ପହଞ୍ଚିଥିଲେ କେଜ୍ରିଓ୍ଵାଲଙ୍କ ଏହି କୁନି ପ୍ରଶଂସକ।

AAP

@AamAadmiParty

Big Announcement:

Baby Mufflerman is invited to the swearing in ceremony of @ArvindKejriwal on 16th Feb.

Suit up Junior!

View image on Twitter
3,214 people are talking about this
ତେବେ, ଭୋଟ୍‌ ଗଣତି ଚାଲିଥିବା ବେଳେ କେଜ୍ରିୱାଲଙ୍କ ଏହି କୁନି ସମର୍ଥକଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏହି ବେବି କେଜ୍ରିୱାଲଙ୍କ ନାମ ହେଉଛି ଆୟନ। ଆପ୍‌ ସମର୍ଥକ ରାହୁଲ ତୋମର ଏବଂ ମିନାକ୍ଷୀଙ୍କ ପୁଅ ହେଉଛି ଆୟନ। କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ପାଇବା ପରେ ଆୟନଙ୍କ ମା ମିନାକ୍ଷୀ କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ବଡ ହେବ ସେତେବେଳେ ତାହାକୁ ଗର୍ବ ଲାଗିବ ଯେ ଦିନେ ସେ କେଜ୍ରିୱାଲଙ୍କ ଭଳି ବେଶ ହୋଇଥିଲା। ସେ କହିଛନ୍ତି ଯେ ପୁଅ ତାଙ୍କର ବଡ ହେଲେ କେଜ୍ରିୱାଲଙ୍କ ଭଳି ହେଉ ବୋଲି ସେ ଆଶା କରିଛନ୍ତି।
Leave A Reply