ବରୁଣ ଧୱନ-ନତାଶା ଦଲାଲଙ୍କ ପରେ ଇଣ୍ଡଷ୍ଟ୍ରୀର ଆଉ ଏକ ଯୋଡ଼ି ଋଚା ଚଡ୍ଢା-ଅଲୀ ଫଜଲ ଜୁନ୍ରେ ବାହା ହେବାକୁ ଯାଉଛନ୍ତି । ଚଳିତ ବର୍ଷର ଏହା ପ୍ରଥମ ଯୋଡ଼ି ଯିଏ ପ୍ରେମ ସମ୍ପର୍କକୁ ବାହାଘରରେ ପରିବର୍ତ୍ତନ କରିବେ । ଦୁହେଁ ବାହାଘର ପାଇଁ ଜୁନ୍ ଓ ଜୁଲାଇ ମାସ ଧାର୍ଯ୍ୟ କରିଥିଲେ । ହେଲେ ବାହାଘର ପାଇଁ ଏତେ ଉତ୍ସାହିତ ଯେ ଜୁନ୍ ପୂର୍ବରୁ ବାହା ହେବାକୁ ଚାହୁଁଛନ୍ତି । ବାହାଘରର ରୀତିନୀତିକୁ ୪ଟି ସମାରୋହରେ ଭାଗ କରାଯାଇଛି ଯାହା ଦିଲ୍ଲୀ ଓ ମୁମ୍ବାଇର ୪ଟି ଭିନ୍ନ ଭିନ୍ନ ଜାଗାରେ ଅନୁଷ୍ଠିତ ହେବ । ଉଭୟ ପରିବାର ଜାଗାର ସୂଚୀ ସ୍ଥିର କରିଛନ୍ତି । ବାହାଘର ତାରିଖ ଠିକ୍ ହେବା ପରେ ଡେଷ୍ଟିନେଶନ୍ର ଖୁଲାସା ହେବ । ଅଲୀ-ଋଚାଙ୍କ ପ୍ରଥମ ଥର ୨୦୧୩ରେ ‘ଫୁକ୍ରେ’ ସେଟ୍ରେ ଦେଖା ହୋଇଥିଲା ସେବେଠୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ପରସ୍ପରକୁ ଡେଟ୍ କରୁଛନ୍ତି । ସେମାନେ ସବୁବେଳେ ସମ୍ପର୍କକୁ ପରଦା ପଛରେ ରଖିଆସିଛନ୍ତି । ୭୪ତମ ଭେନିସ୍ ଇଣ୍ଟରନାଶନାଲ୍ ଫିଲ୍ମ ଫେଷ୍ଟିଭାଲରେ ଅଲୀଙ୍କ ହଲିଉଡ୍ ଫିଲ୍ମ ‘ଭିକେଫାରିୟା ଆଣ୍ଡ୍ ଅବଦୁଲ୍’ର ପ୍ରିମିୟରରେ ଉଭୟ ଏକାଠି ରେଡ୍ କାର୍ପେଟରେ ମହଜୁଦ ଥିଲେ ।