ଆଜିକାଲି ପ୍ରାୟ ଅଧିକାଂଶ ଅଭିଭାବକ ଙ୍କର ଗୋଟିଏ ଗୋଟିଏ ସନ୍ତାନ ହେଉଛନ୍ତି l ପ୍ରାୟ ସମସ୍ତ ମାତାପିତା ନିଜ ସନ୍ତାନ ମାନଙ୍କ ସହିତ ପ୍ରାଇଭେଟ ଫ୍ଲାଟ ରେ ରହି ଥାଆନ୍ତି l ଏପରି ସ୍ଥିତି ରେ ତୃତୀୟ ପିଢ଼ି ଅର୍ଥାତ ଜେଜେ ଜେଜେମା ମାନେ ଗାଁରେ କିମ୍ବା ଅନ୍ୟ ସହରରେ ରହି ଥାଆନ୍ତି l ପୂର୍ବରୁ ଆମେ ଶୁଣି ଆସିଥିଲୁ ପିଲାମାନେ ବୃଧାବସ୍ଥାର ସାହାରା ଅଟନ୍ତି, କିନ୍ତୁ ଆଜିକାଲି ସ୍ୱାମୀ ସ୍ତ୍ରୀ ଉଭୟ ଚାକିରିଆ ହୋଇ ଯାଇଛନ୍ତି ଯେଉଁ କାରଣରୁ ପିତାମାତା ଙ୍କ ଯତ୍ନ ନେବା ପାଇଁ ସମୟ ହିଁ ନାହିଁ l ଏହି କାରଣରୁ ବୃଦ୍ଧାବସ୍ଥାରେ ଅଧିକ ଡିପ୍ରେସନ ର ଶିକାର ହେଉଛନ୍ତି l ପ୍ରକୃତ ଭାବରେ ଦେଖିବାକୁ ଗଲେ ଡିପ୍ରେସନ ର ଅନେକ କାରଣ ରହିଛି l
ବୃଦ୍ଧାବସ୍ଥାରେ ଡିପ୍ରେସନ ର କାରଣ- :
– ଡିପ୍ରେସନ ର ଗୋଟିଏ ବଡ଼ କାରଣ ହେଉଛି ବୃଦ୍ଧାବସ୍ଥାରେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେବା l ତେଣୁ ବୟସ ଥିବା ସମୟରେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ l
– ଡିପ୍ରେସନ ର ଆଉ ଗୋଟିଏ କାରଣ ହେଉଛି ଅନ୍ୟ ମାନଙ୍କର ଦୁର୍ବ୍ୟବହାର l ମଣିଷ ସାଧାରଣ ଭାବରେ ବୃଦ୍ଧାବସ୍ଥାରେ ଗୋଟିଏ ଶିଶୁ ସହିତ ସମାନ, ତେଣୁ କାହାରି ଦୁର୍ବ୍ୟବହାର ସହି ପାରି ନଥାଏ l
– ଡିପ୍ରେସନ ର ଅନ୍ୟ କାରଣ ହେଉଛି ଏକୁଟିଆ ରହିବା l ଯାହା ମାନସିକ ଚାପ ବଢ଼ାଇ ଥାଏ l
ଆସନ୍ତୁ ଜାଣିବା ନିଜକୁ ଡିପ୍ରେସନ ଠାରୁ କିପରି ଦୁରେଇ ରଖିବା -:
– ବ୍ୟାୟାମ : ବୃଦ୍ଧାବସ୍ଥାରେ ନିଜକୁ ଡିପ୍ରେସନ ଠାରୁ ଦୁରେଇ ରଖିବା ପାଇଁ ନିୟମିତ ବ୍ୟାୟାମ, ଯୋଗାସନ ଇତ୍ୟାଦି କରନ୍ତୁ l ଏହାଦ୍ୱାରା ଆପଣଙ୍କ ଫିଜିକାଲ ଓ ମେଣ୍ଟାଲ ହେଲ୍ଥ ଠିକ ରହିଥାଏ l
– ସ୍ୱାସ୍ଥ୍ୟକର ଖାଦ୍ୟ : ଖାଦ୍ୟ ପାନୀୟ କିଛି ପରିମାଣରେ ମଣିଷର ମାନସିକ ଚାପ କୁ କମ କରିଥାଏ l ତେଣୁ ନିଜକୁ ଡିପ୍ରେସନ ଠାରୁ ଦୂରେଇ ରଖିବା ପାଇଁ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ l
– ନିଜ ପାଇଁ ସମୟ ବାହାର କରନ୍ତୁ : ଯଦି ଆପଣ ବୃଦ୍ଧାବସ୍ଥାରେ ଡିପ୍ରେସନ ଠାରୁ ଦୁରେଇ ରହିବାକୁ ଚାହୁଁଛନ୍ତି ତେବେ ନିଜ ପାଇଁ କିଛି ମୁହୂର୍ତ୍ତ ବାହାର କରନ୍ତୁ l ଅତି କମ୍ ରେ ମେଡ଼ିଟେସନ କରନ୍ତୁ ଓ ନିଜର ପ୍ରିୟ ବନ୍ଧୁ ନଚେତ ପ୍ରିୟ ସ୍ଥାନରେ ସମୟ ବିତାନ୍ତୁ l ଯୋଗ ଓ ଧ୍ୟାନ କରନ୍ତୁ ଏହାଦ୍ୱାରା ଡିପ୍ରେସନ ଦୂର ହେବ l
– ନିଜର ରୁଚି କୁ ପୁରା କରନ୍ତୁ :ନିଜର ଡିପ୍ରେସନ କୁ ଦୂର କରିବା ପାଇଁ ନିଜ ରୁଟିନ ରେ ନିଜର ହବି କୁ ସାମିଲ କରନ୍ତୁ l ଏହାଦ୍ୱାରା ଆପଣ ନିଜ ପାଇଁ ସମୟ ବାହାର କରିବେ l ଏପରି କରିବା ଦ୍ୱାରା ଆପଣ ଅନିଦ୍ରା ସମସ୍ୟା ଠାରୁ ଦୁରେଇ ରହିବେ l ଶୋଇବା ସମୟ ଠିକ ରଖନ୍ତୁ ଏହାଦ୍ୱାରା ଡିପ୍ରେସନ ଠାରୁ ଦୂରେଇ ରହିବେ l