ବୋଲଗଡ ତା ୦୧/୦୫ : ବୋଲଗଡ ବ୍ଲକ୍ ଅନ୍ତର୍ଗତ ସାନବାଡସି୍ଥତ ଓଡିଶା ସିନେୱାର୍କର୍ସ ଆସୋସିଏସନ୍ ଆନୁକୁଲ୍ୟରେ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ଶୁକ୍ରବାର ୬ଷ୍ଠତମ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଅନୁଷ୍ଠାନର ୨୫ଜଣ ସିନେ ଶ୍ରମିକ ସାମାଜିକ ଦୁରତା ରକ୍ଷାକରି ଓ ମୁହଁରେ ମାସ୍କବାନ୍ଧି ବିଶ୍ୱ ଶ୍ରମିକ ଦିବସ ନିରାଡମ୍ବରେ ପାଳନ କରିଥିଲେ । ଓଡିଶା ସିନେ ଜଗତର ସୁନାମଧନ୍ୟ କଳାକାର ତଥା ଅନୁଷ୍ଠାନର ସଭାପତି ଅଶୃମୋଚନ ମହାନ୍ତିଙ୍କ ବିଶ୍ୱ ଶ୍ରମିକ ଦିବସର ଭିଡିଓ ବାର୍ତ୍ତା ପ୍ରଥମେ ପଠନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ସିନେଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବିଉପରେ ଆଲୋଚନା କରିଥିଲେ ।
ଓଡିଶା ସରକାର କରୋନା ମହାମାରୀକୁ ପ୍ରତିରୋଧ କରିବା ପାଇଁ ଘରେ ରହିବାକୁ ଆହ୍ୱାନ ଦେଇଥିବା ବେଳେ କୋଠାବାଡି ନିର୍ମାଣ ଶ୍ରମିକମାନଙ୍କୁ ୧୫ଶହ ଟଙ୍କା ସହାୟତା ଭାବେ ଦେଉଅଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନସ୍ତ ସିନେ ଶ୍ରମିକମାନଙ୍କୁ କୋଣସି ଆର୍ଥôକ ସହାୟତା ପ୍ରଦାନ କରିନଥିବାରୁ ଶ୍ରମିକମାନେ ଦୁଃଖ ପ୍ରକାଶ କରିଥିଲେ । ସଂପାଦକ ଶ୍ରୀ ବେହେରା ସିନେଶ୍ରମିକମାନଙ୍କର ସମସ୍ତ ସମସ୍ୟା ଲିଖିତ ଆକାରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶ୍ରମମନ୍ତ୍ରୀ, କେନ୍ଦ୍ର ଶ୍ରମସଚିବ, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଶ୍ରମମନ୍ତ୍ରୀ ଓ ଶାସନ ସଚିବ, ରାହ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ଅଛନ୍ତି ।
ଯଦି ରାଜ୍ୟ ସରକାର ସିନେ ଶ୍ରମିକମାନଙ୍କ ସମସ୍ୟା ଓ ଦାବି ବିଚାର ନକରନ୍ତି ତେବେ ଆଗାମୀ ଦିନରେ କେନ୍ଦ୍ର ସରକାର ପ୍ରଦାନ କରିଥିବା ସମସ୍ତ ସିନେଶ୍ରମିକ ପରିଚୟ ପତ୍ରଗୁଡିକୁ କେନ୍ଦ୍ର ସରକାରଙ୍କୁ ଫେରାଇଦେବେ ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଠିଦେବାକୁ ଓଡିଶା ସିନେ ୱାର୍କର୍ସ ଆସୋସିଏସନ୍ ତରଫରୁ ଦୃଢଦାବି ହୋଇଅଛି । ପରିଶେଷରେ ଅନୁଷ୍ଠାନର ସଙ୍ଗଠକ ଓମ୍ ପ୍ରକାଶ ମହାଦେବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।