Odisha news

ନଅ ଜିଲ୍ଲାରେ ରେଡ୍‌ ୱାର୍ଣ୍ଣିଂ : 27 ଯାଏ ଅତି ପ୍ରବଳ ବର୍ଷା

0

ଭୁବନେଶ୍ୱର,25I8  : ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି I ଏହାର  ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଆଗାମୀ 27 ଯାଏ ବର୍ଷାର ପରିମାଣ ବୃଦ୍ଧି ପାଇବ I

ଆଞ୍ଚଳିକ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଆସନ୍ତା ୨୬ ତାରିଖ ଦିନ ରାଜ୍ୟର ୯ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେଵ I  ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି  ଜିଲ୍ଲାଗୁଡ଼ିକ ହେଉଛି ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେବଗଡ଼।

ଅନ୍ୟ ପକ୍ଷରେ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେଵ I  ସେହିସବୁ ଜିଲ୍ଲା ଗୁଡିକ ହେଉଛି,  ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ I   ତେବେ  ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଵ I  ଉପକୂଳ ଓଡ଼ିଶାରେ ପବନର ବେଗ 40ରୁ 50 କିମି ରହିବ I ତେଣୁ ସମୁଦ୍ର ଭିତରକୁ ମତ୍ସ୍ୟ ଜୀବି ମାନଂକୁ ନ  ଯିବାକୁ ବାରଣ କରାଯାଇଛି I

Leave A Reply