Odisha news

AIMIM ଦଳ ର ମୁଖ୍ୟ ଓବେଷୀ ଙ୍କୁ ବଡ଼ ଝଟକା : ବାରାବଙ୍କୀ ରେ ସଭା କରିବା ପାଇଁ ପ୍ରଶାସନ ଦେଲାନହିଁ ଅନୁମତି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ମତଦାନ କୁ ରାଜନୈତିକ ଦଳ ଗୁଡିକ ଅଣ୍ଟା ଭିଡ଼ିଲେଣି । ପ୍ରଦେଶ ସାରା ରାଲି ଓ ଜନସଭା ଆରମ୍ଭ ହୋଇ ସାରିଲାଣି । ଇତି ମଧ୍ୟରେ AIMIM ଦଳର ମୁଖ୍ୟ ଅସବୁଧିନ ଓବେଶୀ ଙ୍କୁ ବାରାବଙ୍କି ରେ ପ୍ରଶାସନ ସଭା କରିବା ପାଇଁ ଅନୁମତି ଦେଲାନାହିଁ । ଏହା ତାଙ୍କୁ ବଡ଼ ଝଟକା ଦେଇଛି । ସେ ଆଜିକାଲି ୟୁପି ଗସ୍ତ ରେ ଅଛନ୍ତି ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆମକୁ ଏହି ବିଷୟରେ ପୂର୍ବରୁ ସୂଚନା ଦିଆ ଜାଇ ନଥିଲା । କିନ୍ତୁ ଓବେସି ଙ୍କ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବିଷୟରେ ଆମେ ପୂର୍ବରୁ ପ୍ରଶାସନ କୁ ଜଣାଇ ଥୀଲୁ । କିନ୍ତୁ ଜିଲ୍ଲା ପ୍ରଶାସନ ଆମ କୁ ସଭା କରିବାକୁ ଦେଇ ନାହାନ୍ତି , ତେଣୁ ଆମେ ଅନ୍ୟ କୌଣସି ପ୍ରାଇଭେଟ୍ ସ୍ଥାନରେ କରାଯିବ । ତେଣୁକରି ଗୁରୁବାର ଦିନ ଏହି ସଭା ଓବେସୀ ଦଳ ପକ୍ଷରୁ କଟରା ମହୋଲେ ରେ କରାଯିବ ।

Comments are closed.