ଭାରତ ନିକଟରେ ଥିବା ଅଗ୍ନି, ଶୌର୍ଯ୍ୟ , ପ୍ରଳୟ ଓ ବ୍ରହ୍ମାଶ ଭଳି କ୍ଷେପଣାସ୍ତ୍ର ଯିଏକି ପରମାଣୁ ଆକ୍ରମଣ କରିବା ପାଇଁ ସକ୍ଷମ ଅଟନ୍ତି, ଭାରତ ନିକଟରେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଆକ୍ରମଣ କରିବା ପାଇଁ ସକ୍ଷମ ଅଟନ୍ତି, କିନ୍ତୁ ଭାରତ କହିଛି ସେ କଦାପି କୌଣସି ଦେଶ ଉପରେ ପ୍ରଥମେ ପରମଂ ଆକ୍ରମଣ କରିବ ନାହିଁ, ୧୯୫୭ ରେ ନିୟୁ ମେକ୍ସିକୋ ରେ ଦୁର୍ଘଟଣା ବଶତଃ ଗୋଟିଏ ବିମାନ ରୁ ପରମାଣୁ ବୋମା ପଡିଯାଇଥିଲା, କିନ୍ତୁ ଏଥିରେ ପରମାଣୁ ବିସ୍ଫୋଟ ହେଲା ନାହିଁ, ଏବଂ ଧ୍ୱସଂ ହେବାରୁ ରକ୍ଷା ପାଇଗଲା l
ଶୀତଳ ଯୁଦ୍ଧ ସମୟ ରେ ବିଶ୍ୱରେ ପରମାଣୁ ବୋମା ର ସଂଖ୍ୟା ୬୦ ହଜାର ଥିଲା, ପରମାଣୁ ଅସ୍ତ୍ର କୁ ଧ୍ବଂସ କରିବା ପାଇଁ ପରମାଣୁ ନିରସ୍ତ୍ରୀ କରଣ ପ୍ରକ୍ରିୟା ଆରମ୍ଭ ହେଲା, ବିଶ୍ୱରେ କେବଳ ଦକ୍ଷିଣ ଆଫ୍ରିକା ନିଜର ସମସ୍ତ ଆଟମିକ ଅସ୍ତ୍ର କୁ ନଷ୍ଟ କରି ନିଜକୁ ନାଭିକରଣ ଅସ୍ତ୍ରରୁ ମୁକ୍ତ କଲା l ୧୯୪୫ ରେ ଆମେରିକା ଜାପାନ ର ହିରୋଶିମା ନାଗାସାକି ଉପରେ ପରମାଣୁ ଆକ୍ରମଣ କରିଥିଲା, ଏଥିରେ ଅନେକ ଜୀବନ ଚାଲି ଯାଇଥିଲା, କିନ୍ତୁ ଜାପାନ ସହର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହି ପରମାଣୁ ଅସ୍ତ୍ର ର ବିଷାକ୍ତ ପଦାର୍ଥ କୁ ଭୋଗିଥିଲା l
ସ୍ଟକ ହୋମ ଇଣ୍ଟରନେଶନାଲ ପିସ ରିସର୍ଚ୍ଚ ଇନ୍ଷ୍ଟିଚିୟୁଟ ତଥ୍ୟ ଅନୁସାରେ ଦୁନିଆରେ ୯ଟି ଦେଶ ଙ୍କ ନିକଟରେ ୧୨ ହଜାର ରୁ ଅଧିକ ପରମାଣୁ ଅସ୍ତ୍ର ରହିଛି, ସେଥିମଧ୍ୟରୁ ଭାରତ ନକଟାରେ ୧୭୨ ଓ ପାକିସ୍ତାନ ନିକଟରେ ୧୭୦ ଟି, ଏହାଛଡା ଆମେରିକା ନିକଟରେ ୧୯୨୮ ଟି, ରୁଷ ନିକଟରେ ୨୮୧୫ ଟି, , ଚୀନ ନିକଟରେ ୪୧୦ ଟି, ଫ୍ରାନ୍ସ ନିକଟରେ ୨୯୦, ବ୍ରିଟେନ ନିକଟରେ ୨୨୫ ଟି ଓ ଉତର କୋରିଆ ନିକଟରେ ସବୁଠୁ କାମ ୩୦ ଟି ପରମାଣୁ ୱେଟମିକ ଏନର୍ଜି ରହିଛି l
ଗୋଟିଏ ପରମାଣୁ ବୋମା ର ସମ୍ପୂର୍ଣ ସିଷ୍ଟମ ର ମୂଲ୍ୟ ପାଖାପାଖି ୪୫ ଶହ କୋଟି ହୋଇପାରେ, ଏହା ବିଭିନ୍ନ ଦେଶ ଙ୍କ ନିକଟରେ ଅଲଗା ଅଲଗା ମୂଲ୍ୟ ର ରହିଥାଏ l ଯେତେବେଳେ ଗୋଟିଏ ଦେଶ ଆଉ ଗୋଟିଏ ଦେଶ ଉପରେ ନିୟୁକ୍ଳିଅର ଆଟାକ କରିଥାଏ ସେତେବେଳେ ସେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଓ ଆଟମିକ ଏନର୍ଜି ଉପରେ ନିୟନ୍ତ୍ରଣ ରଖିଥିବା ଦେଶ ଙ୍କ ପରାମର୍ଶ ନେଇଥାଏ l