Odisha news

ଏଭଳି ଜଣେ ଭାରତୀୟ ଜାସୁସ ଯିଏକି ଦେଶ ପାଇଁ ପାକିସ୍ତାନ ଆର୍ମିରେ ମେଜର ଥିଲେ  : କିଏ ରବୀନ୍ଦ୍ର କୌଶିକ

0

କିଛି ଲୋକ ଦେଶ ଭକ୍ତି ରେ ଏତେ ବିହ୍ଵଳିତ ହୋଇଯାଇ ଥାଆନ୍ତି କି ସେମାନେ କିଛିବି କରିବାକୁ ପ୍ରସ୍ତୁତ ରହିଥାଆନ୍ତି, କିନ୍ତୁ ସେହି ସମୟ ରେ ସବୁକିଛି ତା ଜୀବନ ର ସମାପ୍ତ ହୋଇଯାଇଥାଏ l ଏବଂ ସେମାନେ ଯେତେବେଳେ ଧରା ପଡନ୍ତି ସେତେବେଳେ ତାଙ୍କ ଦେଶର ସରକାର ମଧ୍ୟ ତାଙ୍କୁ ଜାଣିବାକୁ ମନା କରିଦିଅନ୍ତି l ତଥାପି ଏଭଳି ଜାସୁସ ମାନଙ୍କ ମନରେ ନିଜ ଜୀବନ ପ୍ରତି କିମ୍ବା ଲୋଭ ରହିନଥାଏ l ଦେଶ ଭକ୍ତି ସେମାନଙ୍କ ମଧ୍ୟରେ ଏଭଳି ଭରି ହୋଇ ରହିଥାଏ ଯେ ଶତ୍ରୁ ଦେଶର ବିଶ୍ୱାସ ଭଜନ ହୋଇ ନିଜ ଦେଶ ପାଇଁ ଜୀବନ ବାଜି ଲଗାଇ ଦେଇଥାଆନ୍ତି l ଆଜି ଗୋଟିଏ ଭାରତର ଏଭଳି ଖତରନାକ ଜାସୁସ ବିଷୟରେ ଜାଣିବା, ଯିଏକି ପାକିସ୍ତାନୀ ଆର୍ମି ରେ ମେଜର ମଧ୍ୟ ହୋଇଯାଇଥିଲେ l

କିଏ ସେହି ଜାସୁସ –
ଭାରତର ସେହି ଜାସୁସ ଙ୍କ ନାମ ହେଉଛି ରବୀନ୍ଦ୍ର କୌଶିକ, ସେ ବ୍ଲାକ ଟାଇଗର ଭାବରେ ଜଣାଶୁଣା, ସମସ୍ତ ଦେଶ ଙ୍କ ଭଳି ଭାରତ ମଧ୍ୟ ନିଜର ଗୁଇନ୍ଦା ବିଭାଗ RAW ର ଜାସୁସ ମାନଙ୍କୁ ଦୁନିଆର ସମସ୍ତ କୋଣରେ ରଖିଛି, ଭାରତରେ ମଧ୍ୟ ଜଣାନାହିଁ କେତେ ISI ର ସ୍ଲିପର ସେଲ ବୁଲୁଛନ୍ତି l ଏହା କେବେ କେଉଁଠି କେଉଁ ଅବସ୍ଥାରେ ଥାଆନ୍ତି ଏହା କେହି ଜାଣି ନଥାଆନ୍ତି, ଏହି ଜାସୁସ ମାନଙ୍କୁ ବିଶେଷ ଟ୍ରେନିଂ ଦେଇ ପଠାଯାଇଥାଏ l

ଏହି ଜାସୁସ ମାନଙ୍କ ପରିବାର ମଧ୍ୟ ଏହି ବିଷୟରେ କିଛି ଜାଣି ନଥାଆନ୍ତି, ରବୀନ୍ଦ୍ର କୌଶିକ ଏଭଳି ଜଣେ ଜାସୁସ ଅଟନ୍ତି ଯାହାଙ୍କ କାରଣରୁ ଭାରତରେ ଲକ୍ଷ ଲକ୍ଷ ସୈନିକ ଙ୍କ ଜୀବନ ବଂଚି ଥିଲା, ର ପକ୍ଷରୁ ତାଙ୍କୁ ଅନେକ ପ୍ରକାରର ଟାସ୍କ ଦିଆଯାଉଥିଲା ଯାହାକୁ ସେ ପୁରା କରୁଥିଲେ l

‘ର’ ସମ୍ପର୍କ ରେ କିପରି ଆସିଥିଲେ କୌଶିକ –
ରବୀନ୍ଦ୍ର କୌଶିକ ଜଣେ ଲମ୍ବା ସୁନ୍ଦର ଯୁବକ ଥିଲେ, ତାଙ୍କର ତୁଳନା ବଲିଉଡ କଳାକାର ଙ୍କ ସହିତ ହୋଇଥାଏ, ଏକଦା ଲଖନଉ ରେ ନେସନାଲ ଲେବୁଲ ର ଡେମକ୍ରାଟିକ୍ୱ ମିଟିଂ ରେ ସେ ‘ର’ ର ସମ୍ପର୍କ ରେ ଆସିଥିଲେ, ସେତେବେଳେ ତାଙ୍କ ଅଧିକାରୀ ମାନେ ତାଙ୍କୁ ନିକଟକୁ ଡାକି କହିଥିଲେ କି ଦୁଇ ମାସ ପର୍ଯ୍ୟନ୍ତ ଟ୍ରେନିଂ ନେବାକୁ l ତାଙ୍କୁ ମୁସଲିମ ରୀତିନୀତି, ଉର୍ଦୁ ଓ ଆରବୀ କହିବା ଶିଖା ଯାଇଥିଲା l ପଂଜାବୀ କହିବା ତ ସେ ଜାଣିଥିଲେ l

ପାକିସ୍ତାନ ରେ ସେ ମେଜର ପଦବୀ ରେ ରହିଥିଲେ –
ରବୀନ୍ଦ୍ର କୌଶିକ ୧୯୭୮ ରେ ପାକିସ୍ତାନ ର କରାଚୀ ରେ ପହଂଚି ଥିଲେ, ସେ ସେଠାରେ ସେନାରେ ଭର୍ତି ହେବାକୁ ନେଇ ଖବର କାଗଜ ରେ ଗୋଟିଏ ବିଜ୍ଞାପନ ଦେଖିଲେ, ଏବଂ ପହଂଚି ଗଲେ ସେନାରେ ଭର୍ତି ହେବାପାଇଁ, ଏବଂ ପାକିସ୍ତାନ ତାଙ୍କୁ ଏତେ ଉପଯୁକ୍ତ ଭାବିଥିଲା ଯେ ସେଠାରେ ତାଙ୍କୁ ମେଜର ପଦବୀ ରେ ନିଯୁକ୍ତି ଦେଇଥିଲା l  ସେ ପାକିସ୍ତାନ ରେ ୧୯୭୯ ରୁ ନେ ୧୯୮୩ ପର୍ଯ୍ୟନ୍ତ କାମ କରିଥିଲେ l ସେଠାରେ ତାଙ୍କର ଗୋଟିଏ ଝିଅ ସହିତ ପ୍ରେମ ହୋଇଗଲା, ଓ ସେଠାରେ ସେ ବିବାହ କରିଥିଲେ l ଏବଂ ଗୋଟିଏ ପୁତ୍ର ର ପିତା ମଧ୍ୟ ହୋଇଥିଲେ l

ସେଠାରେ ସେ ରହି ଭାରତ କୁ ପାକିସ୍ତାନ ର ସମସ୍ତ ତଥ୍ୟ ଦେଉଥିଲେ, ଏବଂ ଶେଷଥର ପାଇଁ ସେ ୧୯୮୧ ରେ ନିଜ ପରିବାରକୁ ଭେଟିଥିଲେ l ଏହାର ୨ବର୍ଷ ପରେ ସେ ପାକିସ୍ତାନୀ ସେନା ହାତରେ ଧରାପଡ଼ି ଗଲେ l

କିଭଳି ହେଲା ମୃତ୍ୟୁ –
ପାକିସ୍ତାନ ସେନା ହାତରେ ଯେତେବେଳେ ରବୀନ୍ଦ୍ର କୌଶିକ ଧରା ପଡିଲେ ତାଙ୍କ ଜୀବନ କୁ ପାକିସ୍ତାନ ସେନା ନର୍କ କରିଦେଇଥିଲା l ରବୀନ୍ଦ୍ର ଙ୍କୁ କଠୋର ଭାବରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦିଆଯାଇଥିଲା l  କିନ୍ତୁ ସେ ନିଜ ମୁହଁ ଖୋଲି ନଥିଲେ, କିନ୍ତୁ RAW ଓ ଭାରତ ସରକାର ତାଙ୍କୁ ଚିହ୍ନି ବାକୁ ମନା କରିଦେଲେ l ପରିବାର ଭାରତ ସରକାର ଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କେହି ତାଙ୍କୁ ସାହାଯ୍ୟ କଲେନାହିଁ l  ଏପରିକି ନୁହେଁକି ଶତ୍ରୁ ଦେଶ ନିକଟରୁ ଜାସୁସ ଏଜେଣ୍ଟ ଙ୍କୁ ମୁକୁଳା ଯାଇପାରେ ନାହିଁ, କିନ୍ତୁ ଭାରତ ସରକାର ଚୁପ ରହିଥିଲେ, ରବୀନ୍ଦ୍ର କୌଶିକ ଙ୍କୁ ପାକିସ୍ତାନ ର ବିଭିନ୍ନ ଜେଲ କୁ ଟ୍ରାନ୍ସଫର କରାଯାଇଥିଲା, ୨୦୦୧ ରେ ତାଙ୍କର TB ରୋଗ ଓ ହାର୍ଟ ରୋଗରେ ମୃତ୍ୟୁ ହୋଇଯାଇଥିଲା , ମୃତ୍ୟୁ ପରେ ମଧ୍ୟ ତାଙ୍କ ଜନ୍ମମାଟି ମଧ୍ୟ ଭାଗ୍ୟରେ ମିଳିଲା ନାହିଁ l

Leave A Reply