ନୂଆପଡ଼ା -୩୦/୩ (ସୁରେନ୍ଦ୍ର ତିୱାରୀ ) କୋମନା ଥାନା ଅନ୍ତର୍ଗତ ଖମ୍ବାହୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଉକ୍ତଗ୍ରାମର ଗୋପତ ଠେଲା(36) ନାମକ ଜଣେ ଯୁବକ ପାରିବାରିକ କଳହ କୁ କେନ୍ଦ୍ର କରି କଠୋର ପଦକ୍ଷେପ ସ୍ୱରୂପ ନିଜ ବେକ ରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚିତ ହେଉଛି।ପ୍ରାପ୍ତ ସୂଚନା ଅନୁଯାୟୀ ଗୋପତ ବରକୋଟ ଗ୍ରାମର ଜନୈକ ଵ୍ୟକ୍ତି ଙ୍କ କାର ଚାଳକ ଭାବେ କାର୍ଯ୍ୟ କରି ପେଟ ପୋଷୁଥିଲେ।ଗତ ରାତି ରେ ବରକୋଟ ଠାରେ ଚାଲୁଥିବା ନାମ ଯଜ୍ଞ ଦେଖିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ସକାଳେ ଗାଁ ଲୋକେ ତାଙ୍କ ଗାଁ ଜମି ନିକଟତେନ୍ତୁଳି ଗଛରେ ଦଉଡି ଲଗେଇ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ. ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିଲେ.। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳେଇ ଥିବା ବେଳେ ଆତ୍ମହତ୍ୟା ର ପ୍ରକୃତ କାରଣ ଜଣାପଡିନଥିବା ପୋଲିସ ସୂତ୍ରରୁ ପ୍ରକାଶ।