Odisha news

ବିଷାକ୍ତ ପାଣି ପିଇ ୧୮ଗୋଟି ଛାଗ ମୃତ

ନୂଆପଡା : ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ସିନାପାଲି ବ୍ଲକ ଅନ୍ତର୍ଗତ ଖାଏରପଦର ଗ୍ରାମ ପଞ୍ଚାୟତର ଥିପାଖୋଲ ଗ୍ରାମ ବିଭୀଷଣ ମାଝୀ ଙ୍କ ୧୮ ଗୋଟି ଛେଳି ବିଷାକ୍ତ ପାଣି ପିଇ ମୃତ୍ୟୁ ହୋଇଯାଇଛି। ବିଭୀଷଣ ମାଝୀ ଙ୍କ ଛେଳିକୁ ନିକଟସ୍ଥ ଗ୍ରାମର ଡଙ୍ଗର ପଡା ଗ୍ରାମକୁ ଚରାଇବା ପାଇଁ ନେଇଥିଲେ। ସେହି ଗ୍ରାମର ସଦାନନ୍ଦ ମାଝୀ ଙ୍କ ଜମିରେ ଚାଷ କରିଥିବା ବେଳେ ସେଠାରେ ଥିବା ବିଷାକ୍ତ ପାଣି ପିଇ ଛେଳିମାନେ ମୃତ୍ୟୁ ବରଣ କରିଥିବା କୁହାଯାଉଛି। ବିଭୀଷଣ ମାଝୀ ଜଣେ ଦରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଗରିବ ଆଦିବାସୀ ପରିବାର। ତାଙ୍କ ୧୮ ଗୋଟି ଛେଳି ମୃତ୍ୟୁ ହେବା ନେଇ ତାଙ୍କ ଆର୍ଥିକ ମାନଦଣ୍ଡ ରେ ଦୋହଳି ଯାଇଛି। ତେଣୁ ଆଦିବାସୀ ଚାଷି ଶ୍ରୀ ମାଝୀଙ୍କ ଗୃହ ପାଳିତ ପ୍ରାଣୀ ଙ୍କ କ୍ଷତିପୂରଣ ପ୍ରଦାନ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

Comments are closed.