Odisha news

ବାଇକ ଦୁର୍ଘଟଣାରେ ଯୁବକ ମୃତ,ଥାନାରେ ହତ୍ୟା ଅଭିଯୋଗ

ନୂଆପଡ଼ା : ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଗତ ସିନାପାଲି ଥାନା ଅନ୍ତର୍ଗତ ଯୁଗେନପଦର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ କାପସୀ ଗ୍ରାମର ଫକୀର ରଣା(୩୪) ବୋଲି ଜଣାପଡିଅଛି।କୌଣସି କାର୍ଯ୍ୟରେ ଚଟିଆଗୁଡ଼ା ପଟକୁ ଯାଉଥିବା ବେଳେ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା କୁହା ଯାଉଛି।ଉପସ୍ଥିତ ଲୋକେ ଦେଖି ତାଙ୍କ ତୁରନ୍ତ ସିନାପାଲି ହସପିଟାଲ କୁ ନିଆଯାଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଲୋକେକହୁଛନ୍ତି। ଏନେଇ ମୃତକ ଙ୍କ ଭାଇ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସିନାପାଲି ଥାନାରେ ଏକ ମାମଲା କେଶ ନଂ ୧୪୮/୨୧ ଅନୁସାରେ ରୁଜ୍ଜୁ କରି ତଦନ୍ତ ଚାଲୁଥିବା ଥାନାଧିକାରୀ ଡମ୍ବରୁଧର ପ୍ରଧାନ ପ୍ରକାଶ କରିଛନ୍ତି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛ l ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି।

Comments are closed.