ନୂଆପଡ଼ା -୧୧/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡ଼ିଆରେ ଜିଲ୍ଲା କ୍ରୀଡ଼ା ବିଭାଗ ଦ୍ଵାରା ମୁଖ୍ୟ ମନ୍ତ୍ରୀ ଟ୍ରଫି ପାଇଁ ଅଣ୍ଡର 15 ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି । ଆଜି ପଞ୍ଚମ ଦିନରେ ଅନୁଷ୍ଠିତ ପ୍ରଥମ ମେଚ ରେ ବୋଡ଼େନ ଏଫ୍ ସି କଣା ଭଇଁରା ଏଫ୍ ସି କୁ ୩/୦ ଗୋଲ୍ ରେ ପରାସ୍ତ କରିଥିଲା । ସେହିପରି ଦ୍ଵିତୀୟ ମ୍ୟାଚ୍ ସିନାପାଲି ଏଫ୍ ସି ଓ ଉଦନ୍ତି ଏଫ୍ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ଏହି ମ୍ୟାଚ୍ ଡ୍ର ହୋଇଥିବାରୁ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଥିଲା ।ଆଜିକାର ଖେଳରେ ମୁଖ୍ୟ ଅତିଥି ରୂପରେ କୁରୁକ୍ଷେତ୍ର ନାୟକ, ଇ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା ଏବଂ ଡି ଆର୍ ସି ଏସ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ , ଆର୍ ଏମ୍ ସି ସେକ୍ରେଟାରୀ ଆର୍ଯ୍ୟ କୁମାର ମୁଦୁଲି,ମ୍ୟାଚ୍ କମିଶନର ପ୍ରକାଶ କୁମାର ସାହୁ,ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।ରେଫରି ହିସାବରେ ହରିହର ସାହୁ, ତାପସ କୁମାର ପତି, ଅମୂଲ୍ୟ ବାରିକ, ବଳରାମ ସରାଫ ଖେଳ ପରିଚାଳନା କରିଥିଲେ ।ରାଜେନ୍ଦ୍ର ପ୍ରସାଦ ବଢାଇ ,ଡି ଏସ ଓ ନୂଆପଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଭୟ ମ୍ୟାଚ୍ ଖେଳା ଯାଇଥିଲା । ସମସ୍ତ ଦଳକୁ ଅତିଥିଗଣ ଆନ୍ତରିକ ଶୁଭେଚ୍ଛା ଜଣାଇ ସେମାନଙ୍କ କ୍ରୀଡ଼ା ପ୍ରତି ରହିଥିବା ଶୃଙ୍ଖଳା ଓ ସମ୍ମାନକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ।