ନୂଆପଡା -୧୧/୪ (ସୁରେନ୍ଦ୍ର ତିୱାରୀ) ବରଗଡ଼ ସର୍କିଟ ହାଉସ ଠାରେ ବରଗଡ଼ ଗ୍ରସ୍ତରେ ଆସିଥିବା ସମବାୟ, ହସ୍ତତନ୍ତ ଓ ବୟନ ରାଷ୍ଟ୍ର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କୁ ନୂଆପଡା ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ସାକ୍ଷାତ କରି ନୂଆପଡା ଜିଲ୍ଲାର ବିଭିନ୍ନ ସମବାୟ ବିଭାଗ ଜନିତ ସମସ୍ୟା ଓ ଦାବୀ ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଚାଷୀ ଓ ଗରିବ ଜନ ସାଧାରଣଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମବାୟ ବିଭାଗ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କଳାହାଣ୍ଡି ଜିଲ୍ଲା ରୁ ନୂଆପଡା ଭାଗ ହୋଇ ନୂତନ ଜିଲ୍ଲା ହେଲା ପରେ ଜିଲ୍ଲା ରେ ଏକ ନୂତନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ବହୁଦିନରୁ ବାରମ୍ବାର ଦାବୀ ହୋଇ ଆସୁଛି। ନୂଆପଡା ଭଳି ଏକ ଦାଦନ ପ୍ରବଣ , ଶିଳ୍ପ ବିହୀନ, ଚିର ମରୁଡି ଗ୍ରସ୍ତ ଜିଲ୍ଲା ର ସର୍ବାଙ୍ଗୀନ ବିକାଶ ପାଇଁ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ରୁ ନୂଆପଡା ଜିଲ୍ଳା କୁ ପ୍ରତ୍ୟାହାର କରି ଏକ ନୂତନ ନୂଆପଡା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ପାଣିଗ୍ରାହୀ ଦାବୀ କରିଥିଲେ । ଦୀର୍ଘ ଦିନ ହେଲା ସାରା ଜିଲ୍ଲା ରେ ନୂତନ କରି ଚାଳିଶ ଟି ନୂଆ ସମବାୟ ସୋସାଇଟି ଗଠନ ପାଇଁ ପ୍ରସ୍ତାବିତ ହୋଇ ପଡ଼ି ରହିଛି। ଏଣୁ ତୁରନ୍ତ ଏହି ପ୍ରସ୍ତାବିତ ଚାଲିସ ଟି ସୋସାଇଟିକୁ ଖୋଲାଯାଇ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ପାଣିଗ୍ରାହୀ ଦାବୀ ମାଧ୍ୟମ ରେ ଅନୁରୋଧ କରିଥିଲେ। ସମବାୟ ମନ୍ତ୍ରୀ ଶ୍ରୀ ସାମନ୍ତ ଙ୍କୁ ନୂଆପଡା ଜିଲ୍ଲା କୁ ଆସିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏ ଅବସର ରେ ମନ୍ତ୍ରୀ ଶ୍ରୀ ସାମନ୍ତ ସମବାୟ ଆନ୍ଦୋଳନକୁ ଜୋରଦାର କରାଯିବ ଓ ଅନେକ ବ୍ୟାଙ୍କ ତଥା ସୋସାଇଟି ଖୋଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଚାରାଧିନ ରହିଥିବା ପ୍ରକାଶ କରିଥିଲେ।