୨୬/୧୧ ଆତଙ୍କବାଦୀ ତାହବୁର ରାଣା କୁ କାହିଁକି ରଖାଯିବ ତିହାର ଜେଲ ର ଅଣ୍ଡା ସେଲ ରେ, କଣ ବିଶେଷତା ରହିଛି ଏହି ଅଣ୍ଡା ସେଲ ର
ଅପ୍ରେଲ ୧୦ ତାରିଖରେ ଭାରତୀୟ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA ) ଆମେରିକାରୁ ୨୬/୧୧ ଆତଙ୍କବାଦୀ ଆକ୍ରମଣ ର ଆରୋପି ତାହବୁର ରାଣା କୁ ଭାରତ ନେଇଆସିଚି, (NIA ପକ୍ଷରୁ ୧୦ ତାରିଖ ଦିନ ରାତିରେ ପଟିଆଲା ହାଉସ କୋର୍ଟ ରେ ହଜାର କରାଯାଇଥିଲା, ତାହବୁର ରାଣା ପାକିସ୍ତାନୀ ବଂଶଧବ କାନାଡ଼ା ର ନାଗରିକ ଅଟେ l ସେ ୨୬ /୧୧ ଆତଙ୍କବାଦୀ ଆକ୍ରମଣ ର ଆରୋପି ଡେଭିଡ କୋଲମେନ ହେଡଲୀ ର ସହଯୋଗୀ ଥିଲା l
ଭାରତରେ ତାହବୁର ରାଣା କୁ ତିହାର ଜେଲ ର ଅଣ୍ଡା ସେଲ ରେ ରଖାଯିବ, ଏହା ସେହି ଅଣ୍ଡା ସେଲ ଯେଉଁଠି ୨୬-୧୧ ଆତଙ୍କବାଦୀ ଆକ୍ରମଣ ଗୋଟିଏ ମାତ୍ର ଜୀବିତ ଆତଙ୍କବାଦୀ ଅଜମଲ କସାଵ କୁ ରଖାଯାଇଥିଲା l ଅଣ୍ଡା ସେଲ ରେ ସେହିମାନେ ରହି ଥାଆନ୍ତି ଯେଉଁମାନେ ଜଘନ୍ୟ ଅପରାଧ କରିଥାଆନ୍ତି l ଆଜି ଆସନ୍ତୁ ଜାଣିବା ସେହି ଅଣ୍ଡା ସେଲ ବିଷୟ ରେ l
କାହିଁକି ଏହି ସେଲ କୁ କୁହାଯାଇଥାଏ ଅଣ୍ଡା ସେଲ –
ଅଣ୍ଡା ସେଲ ଶୁଣିବା ମାତ୍ରକେ ସର୍ବପ୍ରଥମେ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ କାହିଁକି ଏହାର ନାମ ରଖାଯାଇଛି ଅଣ୍ଡା ସେଲ, ଏହା ପଛର କାରଣ ଖୁବ ସରଳ ଅଟେ, ଏହି ସେଲ ର ଆକାର ସମ୍ପୂର୍ଣ ଅଣ୍ଡା ଭଳି ତେଣୁ ଏହାକୁ ଅଣ୍ଡା ସେଲ କୁହାଯାଏ l କୁଖ୍ୟାତ ଅପରାଧୀ ମାନଙ୍କୁ ଏଭଳି ସେଲ ରେ ରଖାଯାଇଥାଏ, ଦିଲ୍ଲୀର ତିହାର ଜେଲ ରେ ଥିବା ଅଣ୍ଡା ସେଲ ଭାରତର ସବୁଠୁ ସୁରକ୍ଷିତ ଅଣ୍ଡା ସେଲ ବୋଲି କୁହାଯାଇଥାଏ l
ଜେଲ ର ଏହି ସେଲ ଟି ସବୁଠୁ ସୁରକ୍ଷିତ ହେବା ସହିତ ସବୁଠୁ ଭୟଙ୍କର ମଧ୍ୟ ଅଟେ, ଏହି ସେଲ ରେ ବିଜୁଳି ନଥାଏ, ଯେକୌଣସି କଏଦୀ ଏହି ସେଲ ରେ ରହିଥାଆନ୍ତି ସେମାନେ ଅନ୍ଧାରରେ ରହି ଥାଆନ୍ତି, ଏହାଛଡା ଏଠାରେ କଏଦୀ ମାନଙ୍କୁ କୌଣସି ସୁବିଧା ମଧ୍ୟ ଦିଆଯାଇ ନଥାଏ, ଏଠାରେ ଶୋଇବା ପାଇଁ ଗୋଟିଏ ବିଛଣା କଏଦୀ ଙ୍କୁ ଦିଆଯିବା ସହିତ ଏବଂ ସେଲ ବାହାରେ ଇଲେକ୍ଟ୍ରିକ ଫେଂସିଂ ରହିଥାଏ l
ଭିତରେ ଓ ବାହାରେ ଉଭୟ ପାର୍ଶ୍ୱରେ ସୁରକ୍ଷା କର୍ମୀ ମୁତୟନ ହୋଇଥାଆନ୍ତି, ଏହାଛଡା ଏହି ସେଲ ବମ ପ୍ରୁଫ ଅଟେ, ଭାରତର ବିଭିନ୍ନ ସେଣ୍ଟ୍ରାଲ ଜେଲ ରେ ଅଣ୍ଡା ସେଲ ରହିଛି l