ନୂଆପଡ଼ା -୧୦/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ଠାରେ ନବ ନିର୍ମିତ ମହା ମୃତ୍ଯୁଞ୍ଜୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଗତ ସୋମବାର କଳସ ଯାତ୍ରା ପରେ ମଙ୍ଗଳବାର ନବ ନିର୍ମିତ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ଏହା ପରେ ବୁଧବାର ବିଧି ଅନୁଯାୟୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆୟୋଜିତ ହୋଇ ଯାଇଛି । କାର୍ଯ୍ଯକ୍ରମ ଆୟୋଜନରେ ସୁଶ୍ରୀ ଗାୟତ୍ରୀ ସାହୁ, ସୁଶ୍ରୀ ଜୟନ୍ତୀ ମେହେର, ସୁଶ୍ରୀ ମମତା ମେହେର, ଖିରମତି ମେହେର, ଲୋଚନ ମେହେର, ସୁବାସ ଅଗ୍ରୱାଲ, ସରୋଜ ସିଂ ନିନା ପ୍ରମୁଖ ନେତୄତ୍ୱ ନେଇଛନ୍ତି । କାର୍ଯ୍ଯକ୍ରମର ପୂଜକ ଭାବରେ ଅର୍ଜୁନ ବାଗ, ଶୁଭେନ୍ଦ୍ର ସାହୁ, ଭବାନୀ ଶଙ୍କର କଟା, ଚନ୍ଦ୍ର କୁମାର ଧୀବର ଦାୟିତ୍ୱରେ ଥିବା ବେଳେ ଯଜ୍ଞ କର୍ତ୍ତା ଭାବରେ ମୃତୁଞ୍ଜୟ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରେଖା ଅଗ୍ରୱାଲ ରହିଛନ୍ତି । ସମସ୍ତ କାର୍ଯ୍ଯ ସଂପାଦନରେ ଲକ୍ଷ୍ମୀଧର ମେହେର, ତପନ କାଣ୍ଡ, ବୃନ୍ଦାବାନ କାଣ୍ଡ, ଜେଡୋ ନାଗ, ମନିରାମ ମେହେର, ଗୁଣନିଧି ବେହେରା, ନିରୁପମା ପ୍ରମୁଖଙ୍କ ସହ ଅଞ୍ଚଳବାସୀ ସହଯୋଗ କରିଛନ୍ତି ।