Odisha news

ବିପୁଳ ପରିମାଣ ଗଞ୍ଜେଇ,କଫ ସିରଫ୍ ନିଶା ଔଷଧ : ଦୁଇ ମହିଳା ଓ ପୁରୁଷ ଗିରଫ।       

0

ନୂଆପଡ଼ା -୯/୪ (ସୁରେନ୍ଦ୍ର ତିୱାରୀ)  ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ଖରିଆର ରୋଡ ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧୩ ଧୋବି ପଡା ରୁ ଗଞ୍ଜେଇ, କଫ ସିରଫ ଓ ବିଭିନ୍ନ ନିଶା ଔଷଧ ସହ ଦୁଇ ଜଣା ମହିଳା ଓ ଜଣେ ପୁରୁଷ କୁ ଗିରଫ କରାଯାଇଥିବା ଆଜି ଏକ ସାମ୍ବାଦିକ ସ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଚନା ପ୍ରଦାନ କରିଛନ୍ତି । ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆହୁତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର ଗୁଣ୍ଡଲା ରେଡ୍ଡୀ ସୂଚନା ଦେଇଛନ୍ତି, ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଖବର ପାଇ ଯୋଙ୍କ୍ ଥାନା ପୋଲିସ ଦଳ ଖରିଆର ରୋଡ ଏନଏସି ଅନ୍ତର୍ଗତ ଧୋବି ପଡାରେ ଚଢ଼ାଉ କରି ୯ ପ୍ୟାକେଟ ରେ  ୩୦ କେଜି ଗଞ୍ଜେଇ,୮୫ ହଜାର ନଗଦ ଅର୍ଥ, ଗୋଟିଏ ଧଳା ରଙ୍ଗ ଟାଟା କାର (ଓଡ଼ି-୨୬-ଜି- ୧୪୭୪), ମାରୁତି ସୂଜୁକି ଗ୍ରେ ରଙ୍ଗ (ଓଡି-ଇ-୧୮୮୩) ୭୩ ଗୋଟି ଅଧା ପୋଡିଯାଇଥିବା କଫ ସିରଫ, ବହୁ ପରିମାଣ ରେ ନିଶା ବଟିକା, ଇଞ୍ଜେକସନ ସିରିଞ୍ଜ, ଆଇ ଫୋନ ଇତ୍ୟାଦି ଜବତ୍ କରାଯାଇଛି । ଏନ୍ ଡି ପି ଏସ କେସ ରୁଜୁ କରି  ଦୁଇ ମହିଳା ଗୁଞ୍ଜା ଅଗ୍ରୱାଲା (୨୩) ପାୟଲ ଅଗ୍ରୱାଲା (୨୫), ସଚିନ ଅଗ୍ରୱାଲ ୱାର୍ଡ ନମ୍ବର ୧୩, ଧୋବିପଡା ପଟେଲ ନଗର ରୁ ଗିରଫ କରାଯାଇଛି। ଜୋଙ୍କ ପିଏସ କେଶ ନମ୍ବର -୭୦ -୯ ଏପ୍ରିଲ୍ ୨୦୨୫, ୟୁ/ଏସ ୧୧୧(୪) ବିଏନଏସ/ଆର.ଡବ୍ଲୁ, ସେକ୍ସନ-୨୦ (ବି) ଆଇ ଆଇ (ସି)୨୧(ବି) ଏନ ଡି ପି ଏସ ଆକ୍ଟ ରୁଜୁ କରାଯାଇଛି।

Leave A Reply