Odisha news

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ମୃତ, ନାବାଳକ ଶିଶୁ ଗୁରୁତର

0
ନୂଆପଡା- ୯/୫ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚି଼ଚେର ଗ୍ରାମରେ ଅଘଟଣ। ବିଦ୍ୟୁତ ତାର ସସ୍ପର୍ଶରେ ଆସି ବାପା ମୃତ ନାବାଳକ ପୁଅ ଗୁରୁତର। ମୃତକଙ୍କ ନାମ ପ୍ରଭାକର ହଂସ(୩୩) ହୋଇଥିବା ବେଳେ, ଗୁରୁତର ନାଵାଳକ ପୁଅ ପିତାମ୍ବର ହଂସ ବୋଲି ଜଣାପଡ଼ିଛି। ମୃତ ପ୍ରଭାକର ଙ୍କ ଘରକୁ ଇଲେକ୍ଟ୍ରି ପୋଲ ରୁ ସର୍ଭିସ ତାର ଜରିଆରେ ବହୁଦିନ ପୂର୍ବରୁ ବିଦ୍ୟୁତ ସଂଯୋଗ ହୋଇଛି। ଘରକୁ ଆସିଥିବା ସର୍ଭିସ ବିଦ୍ୟୁତ ତାର ଦୀର୍ଘ ଦିନରୁ ଛିଣ୍ଡିଯାଇ କରେଣ୍ଟ ପାସ ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ହେଲେ ଛିଣ୍ଡି ଯାଇଥିବା ବିଦ୍ୟୁତ ତାରକୁ ଘର ମୁଖିଆ ପ୍ରଭାକର ସଜାଡିନେବା କଥା। କିନ୍ତୁ ଅବହେଳା କରି ବିଦ୍ୟୁତ ତାରକୁ ସଜାଡ଼ିନଥିଲେ। ଫଳରେ ବିଦ୍ୟୁତ ତାର ସେମିତି ଛିଣ୍ଡା ହୋଇ ଘରେ ଝୁଲା ଅବସ୍ଥାରେ ରହିଥିଲା। ଘର ମୁଖିଆ ପ୍ରଭାକର ହଂସ ନଇଁ ନଇଁ ପ୍ରତିଦିନ ଯିବା ଆସିବା କରୁଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ବିପଦ ପୂର୍ଣ୍ଣ ବିଦ୍ୟୁତ ତାର ଜୀବନ ନେଇଗଲା। ଆଜି ଘର ମୁଖିଆ ପ୍ରଭାକର ହଂସ ସେହି ତାର ସଂସ୍ପର୍ଶରେ ଆସିବା କାରଣରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପାଖରେ ଥିବା ପ୍ରଭାକରଙ୍କ ନାଵାଳାକ ଶିଶୁ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଖଡ଼ିଆଳ ପୋଲିସ ଚି଼ଚେର ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛନ୍ତି। ଅପରପକ୍ଷେ ମୃତକ ପ୍ରଭାକର ପରିବାର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା କାରଣରୁ ଏବେ ପରିବାର ପ୍ରତି ପୋଷଣ ନେଇ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ମୃତକ ପ୍ରଭାକର ହଂସ ଙ୍କ ପରିବାର ରେ ଏବେ ସ୍ତ୍ରୀ ପୀରଦେଇ ହଂସ, ତିନି ନାଵାଳକ ଶିଶୁ ଶୁଷମା ହଂସ(୧୦) ପିତାମ୍ବର ହଂସ (୭) ଗୌର ହଂସ (୫) ରହିଛନ୍ତି। ରୋଜଗାର କ୍ଷମ ବ୍ୟକ୍ତି ଙ୍କ ମୃତ୍ୟୁ ପରେ  ପରିବା ପ୍ରତି ପୋଷଣ ନେଇ ସ୍ତ୍ରୀ ପୀରଦେଇ ହଂସ ଭାଙ୍ଗି ପଡିଛନ୍ତି। ଜିଲ୍ଲା ପ୍ରଶାସନ ଉପରୋକ୍ତ ପରିବାର କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି।
Leave A Reply