Odisha news

ହାତିସରା ୟୁଥ କ୍ଳବ ପକ୍ଷରୁ ବୃକ୍ଷରୋପଣ

ନୂଆପଡା୧୫/୭- ସକାଳ ଖବର(ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି କୋମନା ବ୍ଲକ ଅନ୍ତର୍ଗତ ହାତିସରା ଗ୍ରାମରେ ସ୍ଥାନୀୟ ୟୁଥ କ୍ଳବ ପକ୍ଷରୁ ବିଦ୍ୟାଳୟ ରେ ବୃକ୍ଷରୋପଣ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ନୂଆପଡାର ଲୋକପ୍ରିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି, ସମ୍ମନିତ ଅତିଥିରୂପେ କୋମନା ବ୍ଲକ ଚ୍ୟାରମେନ ମନୋଜ ମିଶ୍ର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ହରିଶ୍ଚନ୍ଦ୍ର ପଣ୍ଡା (ଟିତୁ ଭାଇ), କାଳିଆ ପ୍ରଧାନ ଓ ମୁରଲୀ ଭୋଇ ପ୍ରମୁଖ ଯୋଗଦେଇଥିଲେ।

ଏହି ଗ୍ରାମ ର କଳାହାଣ୍ଡି ଭବାନୀପାଟଣା ମହାବିଦ୍ୟାଳୟ ର ପୂର୍ବତନ ଛାତ୍ରନେତା ହରିଷ କୁମର ଅହୀର ଙ୍କ ଉଦ୍ୟମରେ ଆୟୋଜିତ ସଭାରେ ଅଞ୍ଚଳର ମେଧା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବୃକ୍ଷରୋପଣ ର ଉପାଦେୟତା ଆମ ଜୀବନରେ ବୃକ୍ଷ ର ଆବଶ୍ୟକୀୟତା କେତେ ତାଙ୍କ ସାରଗର୍ଭ ଭାଷଣରେ ଅତିଥିଗଣ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧରଣଙ୍କୁ ବିଷଦ ଭାବେ ବୁଝାଇ ସଚେତନ କରିଥିଲେ।

Comments are closed.