Odisha news

ବିପୁଲ ପରିମାଣ ରେ ନକଲି ବିଦେଶୀ ମଦ ଜବତ। କାର ସହ ୨ ଅଭିଯୁକ୍ତ ଗିରଫ

0

ନୂଆପଡ଼ା -୧୬/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳ ରେ ନକଲି ବିଷାକ୍ତ ମଦ ର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସିନାପାଲି ପୋଲିସ ଦିର୍ଘ ଦିନର ନିରବତା ପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ, ଖୋଲା ମଦ ବୋତଲ, ଠିପି, ଷ୍ଟିକର ଜବତ କରିବା ସହ ଗୋଟିଏ କାର ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ ମଖାପଦର ପଞ୍ଚାୟତ ସ୍ଥିତ ଯୋଗୀବାହାଲ ଗ୍ରାମର ମହାଦେବ ମେହେର ଓ ଖଡିଆଳ ବ୍ଲକ ଡୁଆଝର ଗ୍ରାମର ଜାଗା  ମେହେର ବୋଲି ଜଣାପଡିଛି। ଏମାନଙ୍କ ଠାରୁ ୧୩୦ ଲିଟର ୯୫୦ ମିଲିଲିଟର ନକଲି ବିଦେଶୀ ମଦ,୧୦ ଟି ଖୋଲା ବୋତଲ,୧୦୦ ଟି ଠିପି,୩ ସିଟ ଷ୍ଟିକର ଓ ଗୋଟିଏ କାର ନମ୍ବର ଓ ଆର -୦୨- ଏ ଏସ – ୫୮୯୧ ଜବତ ହୋଇଛି। ସୂଚନା ଯୋଗ୍ୟ ଯେ, ସିନାପାଲି ପୋଲିସ କୌଣସି ସୂତ୍ରରୁ ନକଲି ମଦ ତିଆରି ହେଉଥିବା ଖବର ପାଇ ଏକ ଟିମ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ନକଲି ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଅଭିଯୁକ୍ତ ଦ୍ବୟ ଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂତ୍ର ରୁ ପ୍ରକାଶ। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ ଵେଲେ ନକଲି ମଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।ବର୍ତ୍ତମାନ ସିନାପାଲି ପୋଲିସ ଚଢ଼ାଉ କରି ଜବତ କରିଛି। ହେଲେ ବାରମ୍ବାର ଏହି ଅଞ୍ଚଳ ରେ ନକଲି ମଦ ଜବତ ଘଟଣା ସାଧାରଣ ଲୋକଙ୍କ ଜୀବନ ସହ ମଦ ମାଫିଆ ଖେଳୁଛନ୍ତି ନକଲି ମଦ୍ୟ ପାନ କରି ଲୋକେ ବେମାର ପଡ଼ୁଛନ୍ତି ବୋଲି ଅଭିଯୋଗ ହେଉଛି।

Leave A Reply