Odisha news

ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ନେଇ ସଚେତନତା ସଭା          

0

ନୂଆପଡ଼ା ୪/୩(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ  “ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା” ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏ ଅବସର ରେ ଆୟୋଜିତ ସଭାରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ  ସମାଜ ରେ ଦେଖାଯାଉଥିବା ସାଇବର ଅପରାଧ,ଠକେଇ ଇତ୍ୟାଦି ସମସ୍ୟା ସମ୍ପର୍କରେ ସୂଚନା ଦେବା ସହ ନୂତନ ଆଇନ ର ବ୍ୟାବହାରିକତା ଉପରେ ଅବଗତ ହେବା ଦରକାର ବୋଲି ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।ଖଡିଆଳ ଥାନା ଅଧିକାରୀ  ଦିଲ୍ଲୀପ କୁମାର ସାହୁ ଏବଂ ପୋଲିସ କର୍ମଚାରୀମାନେ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ର ସଠିକ ଉପଯୋଗୀତା ସଂପର୍କରେ ଆଲୋଚନା କରି ବିଶଦ ଭାବେ ବୁଝାଇଥିଲେ । ବିଭିନ୍ନ ଅସାମାଜିକ ଠକେଇ, ଅର୍ଥ ଆତ୍ମସାତ ରୁ ନିଜକୁ ସୁରକ୍ଷିତ ରଖିବା କେତେ ଜରୁରୀ ସେ ବିଷୟରେ  ଦିଲ୍ଲୀପ ସାହୁ ବିଭିନ୍ନ ଉଦାହରଣ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦିଗଦର୍ଶନ ଦେଇଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ ସଂକ୍ଷିପ୍ତ ରୁପେ ଅପରାଧୀକ ଆଇନ ର ଅନେକ ଦିଗ ଉପରେ ବକ୍ତବ୍ୟ ଉପସ୍ଥାପନ  କରିଥିଲେ । ସଭା ଶେଷ ରେ ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଚେତନ ମୂଳକ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ନେଇନା ପ୍ରଧାନ, ଅର୍ଚ୍ଚନା ଚଲାନ ,ନିକିତା କାଣ୍ଡ, ବୀଣା ମେହେର ପ୍ରମୁଖ ଯୋଗ ଦେଇଥିବା ବେଳେ ଉପରୋକ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

Leave A Reply