ନୂଆପଡ଼ା -୪/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘୁଚାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ମଙ୍ଗଳବାର ବାର୍ଷକ ଉତ୍ସବ ଅନୁଷ୍ଠିତ ହୋଇଛି । ଏନେଇ ପ୍ରଧାନ ଶିକ୍ଷକ ବଂଶୀଧର ଜଗତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସରପଂଚ ଲକ୍ଷ୍ମୀ ସା, ମୁଖ୍ଯବକ୍ତା ସିଆରସିସି ମହେଶ୍ୱର ଗୁଆଲ ଓ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ଯ ହୀରାଲାଲ ତାଣ୍ତି, ୱାର୍ଡ ସଭ୍ଯ କ୍ଷୀରସିନ୍ଦୁ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ରଶ୍ମିରଞ୍ଜନ ବାଗ ଅତିଥିଙ୍କୁ ସ୍ବାଗତ କଲା ପରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏ ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭନ୍ନ ପ୍ରତିଯୋଗିତାର କୄତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ହଂସ ପରିଚାଳନା କରିଥିଲେ । ଏ ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଦିବାକର ଶଗଡ଼ିଆ ଧନ୍ଯବାଦ ଦେଇଥିଲେ