Odisha news

ସ୍ବାଗତ ଗେଟରେ ସରପଞ୍ଚଙ୍କ ନାମ : ପଞ୍ଚୟତ ବାସୀ ଙ୍କ ମଧ୍ୟରେ ଗଭିର କ୍ଷୋଭ

0
ନୂଆପଡା-୪/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ସ୍ୱାଗତ ଗେଟରେ ସ୍ଥାନୀୟ ସରପଞ୍ଚଙ୍କ ନାମ ଲେଖାଯିବା ନେଇ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଗଭିର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାରୁ ଜଣା ପଡ଼ିଛି ଯେ ରାଜ୍ୟ ଅର୍ଥ କମିଶନ ୨୦୨୪/୨୫ ମସିହା, ୫ ଏଫଏସସି ରାଜ୍ୟ ଅର୍ଥ କମିଶନ ଅନୁଦାନ ପାଣ୍ଠି, ଅଟକଳ ୩ ଲକ୍ଷ କାର୍ଯ୍ୟକାରୀ ସଂସ୍ଥା ଗ୍ରାମ ପଞ୍ଚାୟତ ମଣ୍ଡୋସିଲ, ରୁ ପଞ୍ଚାୟତର ମୁଖ୍ୟ ରାସ୍ତା ମଣ୍ଡୋସିଲ ଓ ଚଚରା ଭଟା ଛକରେ ସରକାରୀ ଅନୁଦାନରେ ସ୍ୱାଗତ ଗେଟ ନିର୍ମାଣ ହୋଇଛି । ହେଲେ ସେହି ସରକାରୀ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ୱାଗତ ଗେଟର ପ୍ରଥମ ଧାଡିରେ “ମଣ୍ଡୋସିଲ ଗ୍ରାମ ପଞ୍ଚାୟତ ଆପଣଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛି ଲେଖା ହୋଇଥିବା ବେଳେ ଦ୍ୱିତୀୟ ଧାଡିରେ ରାଜ୍ୟ ଅର୍ଥ କମିଶନ ଅନୁଦାନରୁ ସରପଞ୍ଚ ଶ୍ରୀମତୀ ସୁବାସିନୀ ପାନଙ୍କ କରକମାଲରେ ନିର୍ମିତ” ଲେଖା ହୋଇଛି । ଏହି ଲେଖାକୁ ସ୍ଥାନୀୟ ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତ ବାସି ଦୃଢ଼ ବିରୋଧ କରି  ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ସରକାରୀ ପାଣ୍ଠିର ଅର୍ଥରେ ନିର୍ମାଣ କରି ନିଜ ନାମ ଲେଖିବା ବେଆଇନ କାର୍ଯ୍ୟ । କେବଳ ସ୍ୱାଗତ ଗେଟ ନିର୍ମାଣର ଉଦଘାଟନର ନାମ ଫଳକରେ ନାମ ଲେଖିବା କଥା ବୋଲି ପ୍ରକାଶ କରିଛନ୍ତି । ହେଲେ ସମ୍ପୃକ୍ତ ସରପଞ୍ଚଙ୍କ ସ୍ୱାମୀ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ହୋଇଥିବାରୁ ପଞ୍ଚାୟତର କୌଣସି ବ୍ୟକ୍ତିଙ୍କ କଥାକୁ ଗୁରୁତ୍ୱ ଦେଉନଥିବା ଗୁରୁତର ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ମାସ ମାସ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ଦାୟିତ୍ୱରେ ଥିବା ଯନ୍ତ୍ରୀ ସାହେବ କାର୍ଯ୍ୟ ସ୍ଥଳ ପରିଦର୍ଶନ କରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ କାହିଁକି ସରକାରୀ ପାଣ୍ଠିରେ ନିର୍ମିତ ସ୍ୱାଗତ ଗେଟରେ ସରପଞ୍ଚଙ୍କ ନାମ ଲେଖା ଯାଇଛି ଦାଇତ୍ୱରେ ଥିବା ଯନ୍ତ୍ରୀ ସାହେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଏନେଇ ଖଡ଼ିଆଳ ବିଡ଼ିଓ ନରସିଂ ଗାଡ଼ବାଙ୍କୁ ପଚାରିବାରୁ ସ୍ୱାଗତ ଗେଟରେ ସରପଞ୍ଚଙ୍କ ନାମ ଲେଖି ପାରିବେ ନାହିଁ । କାଲି ଉଦଘାଟନ ହେବ ସରପଞ୍ଚଙ୍କ ନାମ କାଟିବାକୁ କହୁଛି ବୋଲି ପ୍ରକାଶ କରିଥିଲେ ।
Govt
Leave A Reply