Odisha news

କରଙ୍ଗାଭଟା ଜଙ୍ଗଲ ରେ ଲାଗିଲା ନିଆଁ, ଗ୍ରାମବାସୀ ଙ୍କ ତତ୍ପରତା ଯୋଗୁଁ ନିଆଁ ହେଲା ଆୟତ୍ତ।

0
 ନୂଆପଡା – ୧୪ /୨ (ସୁରେନ୍ଦ୍ର ତିୱାରି) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ସଂରକ୍ଷିତ ଜଙ୍ଗଲ ରେ ଆଜି କୌଣସି କାରଣ ରୁ ପୂର୍ବାହ୍ନ ପ୍ରାୟ ୧୦ ଟା ସମୟ ରେ ନିଆଁ ଲାଗି ଜଙ୍ଗଲ ପୋଡି ଯାଉଥିବା ସମୟେ ରେ ଗ୍ରାମ ର କିଛି ଲୋକ ଦେଖି ଜଙ୍ଗଲ ବିଭାଗ ର ନିକଟସ୍ଥ ତରବୋଡ଼ ଫରେଷ୍ଟ ବିଟ କୁ ଖବର ଦେବାରୁ ତରବୋଡ଼ ଫରେଷ୍ଟ ବିଟ ର ଆଇ.ପି.ସି.ଇ.ଏ. କର୍ମଚାରୀ ମନୁ ସଗରିଆ, ଜଙ୍ଗଲ ଜଗୁଆଳି ରୁଦ୍ରମଣୀ ପରୁଆ, କପୁରଚନ ଶବର ଯଥା ଶିଘ୍ର ଆସି ବ୍ୟାପିଥିବା ନିଆଁକୁ  ଆୟତ୍ତ କରି ଥିଲେ ।  କରଙ୍ଗାଭଟା ଗ୍ରାମବାସୀ ନୀଳକଣ୍ଠ କେତକୀ, ସେ୍ୱାରାମ ନାଏକ ଓ ଅନ୍ୟାନ୍ୟ ମାନେ ମିଶି ନିଆଁ କୁ ଆୟତ୍ତ କରିବାରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏଭଳି ସଚେତନ ନଗରିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଙ୍ଗଲ ପୋଡ଼ି ରୁ ରକ୍ଷା ପାଇବା ଘଟଣା କୁ ପରିବେଶ ପ୍ରେମିମାନେ ପ୍ରଶଂସା କରିଛନ୍ତି।
Leave A Reply