ନୂଆପଡ଼ା -୧୬/୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଜିଲା ବ୍ୟାଡ଼ମିଣ୍ଟନ ଏସୋସିଏସନ ଆନୁକୁଲ୍ୟ ରେ ଗତ ଦୁଇଦିନ ଧରି ଚାଳିଥିବା ରାଜ୍ୟସ୍ତରୀୟ ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ ହୋଯାଇଛି। ରାଜ୍ୟ ର ବଛା ବଛା ୩୯ ଗୋଟି ପୁରୁଷ ଡବଲ ଦଳ ଯୋଗଦାନ କରିଥଲେ।ଫାଇନାଲ ମ୍ୟାଚରେ ଅନୁଗୁଳର ଅମ୍ଲାନ ଓ ତନ୍ମୟ ସାହୁ ଯୋଡି ୨-୧ ସେଟ ପଏଣ୍ଟରେ ଭୁବନେଶ୍ୱରର ପାରସ ମାଥୁର ଓ ଚନ୍ଦ୍ରକୁମାର ଯୋଡିକୁ ହରାଇ ଚାମ୍ପିୟନ ହୋଇଛନ୍ତି l ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ରୁପେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ, ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଜ଼ିଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପରେ ଅତିଥିମାନେ ବିଜୟୀ ଦଳକୁ ନଗଦ ୨୧ ହଜାର ଟଙ୍କା ସହ ଚମ୍ପିୟାନ ଟ୍ରଫି ଏବଂ ଉପବିଜେତା ଦଳକୁ ନଗଦ ୧୫ ହଜାର ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ l ଏହି ଉଦଯାପନୀ ସମାରୋହରେ ଜିଲା ବ୍ୟାଡ଼ମିଣ୍ଟନ ଏସୋସିଏସନର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିଶ୍ୱଜିତ ପାଢ଼ୀ l ସେହିଭଳି ଡ଼. ସରୋଜ କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଟୁର୍ନାମେଣ୍ଟରେ ସମ୍ପାଦକ ସୁଦୀପ୍ତ ବିଶୋଇ,ପ୍ରସନ୍ନ କୁମାର ମାହାନା, କୁନୁ କରୁଆଁ, ନନ୍ଦ କୁମାର ନାଗ, ବନବିହାରୀ ବେହେରା, ଆଲୋକ ରଥ, ରିତେଶ ବାବୁ ,ବିଜୁ ସେଠି, ଅକ୍ଷୟ ପାଢ଼ୀ, ଦୁର୍ଗା ଖମାରି, ଅଙ୍କିତ ସାହୁ , ସେରୁ, ସୁବୁ, ସୁମନ ପାଣିଗ୍ରାହୀ, ସୌରଭ ପଣ୍ଡା ଓ ତାପସ ପତି ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ l