ନୂଆପଡା -୧୬/୧ (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ନରୋତ୍ତମ ଭୋଇଙ୍କ ମାର୍ଗ ଦର୍ଶନରେ ଜିଲ୍ଲା ସ୍ତରୀୟ ପୋଷ୍ଟର ପ୍ରତିଯୋଗିତା ଓ ସ୍ରୁଜନାତ୍ମକ ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପୋଷ୍ଟର ପ୍ରତିଯୋଗୀତାରେ କବିତା ସିହ୍ନ୍ନା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ପ୍ରଥମ ସ୍ଥାନ, ସଞ୍ଜୟ ଅଘରିଆ ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣପୂର୍ ଦ୍ଵିତୀୟ ସ୍ଥାନ , ରାଜ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରପାନି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସ୍ରୁଜନାତ୍ମକ ଲିଖନ ପ୍ରତିଯୋଗୀତାରେ ଚଞ୍ଚଳ ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ପ୍ରଥମ ସ୍ଥାନ ଓ ନନ୍ଦିନୀ ପ୍ରଧାନ ଦ୍ଵିତୀୟ ସ୍ଥାନ ଏବଂ ସଞ୍ଜନା ରାନୀ ଦଣ୍ଡସେନା ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବରେ ଅନୁଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇ, ଶିକ୍ଷକ ପ୍ରଶିକ୍ଷକ ଶଙ୍କର ସାହୁ, ବିକ୍ରମାଦିତ୍ୟ ସିଂହ ବରିହା, ରୀନା ବାଗ, ବବିତା ଶବର, ଓ ଆଦର୍ଶ ବିଦ୍ୟାଳୟ ଝଗ୍ରାହିର କଳା ଶିକ୍ଷୟୀତ୍ରୀ ଐଶର୍ଯ୍ୟା ସାହୁ ଦାୟିତ୍ଵ ତୁଲାଇ ଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ନରୋତ୍ତମ ଭୋଇ,ସମ୍ମାନିତ ଅତିଥି ଭାବରେ ବୋଡ଼େନ ଏବିଇଓ ଅମୂଲ୍ୟ ଦାସ ଓ କୋମନା ଏବିଇଓ ରାଧେଶ୍ୟାମ ତାଣ୍ଡି , ନୂଆପଡ଼ା ଏବିଇଓ ଉତ୍କଳମଣି ଅଗସ୍ତି, ସଦର ସିଆରସିସି ଜୀତେନ୍ଦ୍ର ଖମାରୀ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଟିକେଶ୍ୱର ପାର୍ଣା ଓ ଅନିତା ଶବର ଉପରୋକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।