ଆମେ ସମସ୍ତେ ଜାଣିଚୁ ଯେ ମୃତ୍ୟୁ ଅଟଳ ସତ୍ୟ ଅଟେ ଓ ଏହାକୁ କେହି ଅଟକାଇ ପାରିବେ ନାହିଁ l କିନ୍ତୁ ଶିବ ପୁରାଣରେ ମୃତ୍ୟୁପୂର୍ବରୁ ମିଳିଥାଏ କିଛି ବିଶେଷ ସଂକେତ ବୋଲି କୁହାଯାଇଛି l ଏହି ସଂକେତ ରୁ ଜଣାପଡ଼ିଥାଏ ଯେ ମୃତ୍ୟୁ ବର୍ତମାନ ନିକଟତର l ହିନ୍ଦୁ ଧର୍ମରେ ୧୮ ଟି ପୁରାଣ ମଧ୍ୟରୁ ଶିବ ପୁରାଣ ଗୋଟିଏ l ଏହି ପୁରାଣ ରେ ମହାଦେବ ଙ୍କ ମହିମା, ବିଭିନ୍ନ ରୂପ, ଅବତାର ଓ ଜ୍ୟୋତିର୍ଲିଙ୍ଗ ବିଷୟରେ ବିସ୍ତୃତ ଭାବରେ କୁହାଯାଇଛି l ଏହାଛଡା ଏଥିରେ ଜୀବନ ଓ ମୃତ୍ୟୁର ସହିତ ଜଡିତ ରହସ୍ୟ ବିଷୟରେ ମଧ୍ୟ କୁହାଯାଇଛି l ଦେବ ଦେବ ମହାଦେବ ମାତା ପାର୍ବତୀ ଙ୍କୁ ମୃତ୍ୟୁ ନିକଟତର ହେବା ଦ୍ୱାରା କେଉଁସବୁ ସଂକେତ ମିଳିଥାଏ ସେହି ବିଷୟରେ କୁହାଯାଇଛି l
* ଶିବ ପୁରାଣ ରେ କୁହାଯାଇଛି ଯେ ବ୍ୟକ୍ତିର ଇନ୍ଦ୍ରିୟ ଯଦି ଠିକ ଭାବରେ କାମ କରିବା ବନ୍ଦ କରିଦେଇ ଥାଏ, ତେବେ ମଣିଷ ପାଇଁ ଏହା ମୃତ୍ୟୁର ସଂକେତ ଅଟେ l ଏହାଛଡା ଶରୀରର ରଙ୍ଗ ବଦଳିବା ମଧ୍ୟ ମୃତ୍ୟୁର ସଂକେତ ଅଟେ l
* ଶିବ ପୁରାଣ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିକୁ ତାର ଛାଇ ମୁଣ୍ଡ ବିନା ଦେଖା ଯାଇଥାଏ ତେବେ ଏହାର ଅର୍ଥ ମୃତ୍ୟୁ ନିକଟତର ଆପଣଙ୍କର ଅଟେ l ଶିବ ପୁରାଣ ଅନୁସାରେ ଯେତେବେଳେ ବ୍ୟକ୍ତି ନିଜର ଛାଇ କୁ ପାଣି, ଘିଅ ଓ ତେଲରେ ମଧ୍ୟ ଦେଖିପାରି ଥାଏ ତେବେ ଏହା ମୃତ୍ୟୁର ସଂକେତ ଅଟେ l
* ଶିବ ପୁରାଣ ଅନୁସାରେ ବ୍ୟକ୍ତିର ମୃତ୍ୟୁ ନିକଟତର ହେବା ଦ୍ୱାରା ବ୍ୟକ୍ତିକୁ ଦିନରେ ମଧ୍ୟ ରାତ୍ରି ଭଳି ଚନ୍ଦ୍ରମା ଦେଖିବାକୁ ମିଳିଥାଏ l ନଚେତ ଶୋଇଥିବା ସମୟରେ ମଣିଷ ନିଜ ମନକୁ ମନ ଗପିବା ଆରମ୍ଭ କରିଥାଏ l