ନୂଆପଡ଼ା – ୨୯/୧୧(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି ଯୋଗେଶ୍ୱର ଭୋଇ , ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାଶ, ବିଭାଗର ସମସ୍ତ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗର ଅଧିକାରୀ ଗଣ ଯୋଗ ଦେଇଥିଲେ l ଜିଲ୍ଲାର ମୋଟ ୬୩୫ ଗାଁରୁ ୫୫୨ ଗାଁ କୁ ହର୍ ଘର୍ ଜଲ୍ ଯୋଜନାରେ ସାମିଲ କରାଯାଇଛି l ୬୧୨ ଗାଁ ରେ ଗ୍ରାମ୍ୟ ଜଳ ପରିମଳ କମିଟି ଗଠିତ ହେଇଛି l ଏଥିରୁ ୩୭୫ ଗାଁ କୁ ଜଳଯୋଗାଣ ହୋଇସାରିଛି l ଜିଲ୍ଲାର ୫ ଟି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ୨୨୧ ଟି ଗାଁ, ଅନ୍ୟାନ୍ୟ ପ୍ରକଳ୍ପ ରୁ ୪୧୦ ଟି ଗାଁ ଏଵଂ ୧୬ ଟି ସୌର ଚାଳିତ ପମ୍ପ ରୁ ୧୩ ଟି ଗାଁ କୁ ପାନୀୟ ଜଳ ଯୋଗାଇ ଦେବା ବ୍ୟବସ୍ଥା ହେଇଛି l ଜିଲ୍ଲାପାଳ କହିଲେ ଯେ, ତହସିଲଦାର ଓ ବିଦ୍ୟୁତ୍ ବିଭାଗ ସହାୟତାରେ ବାକି ଥିବା ପ୍ରକଳ୍ପ ଗୁଡ଼ିକର କାମ ଶୀଘ୍ର ସମ୍ପନ୍ନ କରାଯିବ l ଠିକାଦାର ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବରେ ସମସ୍ତ କାମ ସାରିବେ ନ ହେଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ହର୍ ଘର୍ ଜଲ୍ ଯୋଜନାରେ ସମସ୍ତ ଗ୍ରାମର ପ୍ରତି ଘରକୁ ଶୀଘ୍ର ପାନୀୟ ଜଳ ପାଇପ୍ ଯୋଗେ ଯୋଗାଇ ଦେବା ପାଇଁ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି l ଆଜିର ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ୍ ଓରାମ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ଜଳ ଓ ପରିମଳ ମିଶନ ର ସମସ୍ତ ଅଧିକାରୀ, ପ୍ରକଳ୍ପ ରେ କାମ କରୁଥିବା ସମସ୍ତ ଠିକାଦାର ଯୋଗଦେଇଥିଲେ l