ନୂଆପଡ଼ା- ୮/୧୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଗତକାଲି ବିଳମ୍ବିତ ରାତ୍ରୀରେ ନିଜ ଡିଉଟି ସାରି ଫେରୁଥିବା ଜୈନେକ ଯୁବ ଇଲେକ୍ଟ୍ରିକାଲ ସିଗନାଲ ମେନଟେନର (ଇ.ଏସ.ଏମ.)ଙ୍କ ଟ୍ରେନ ରେ କଟି ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଲହରି ଖେଳାଇ ଦେଇଛି। ଘଟଣା ରୁ ପ୍ରକାଶ ଯେ, ଇ.ଏସ.ଏମ. ଅନୁପ ରାୟ (୨୪) ଗତକାଲି ରାତ୍ରି ୧୦ ଟା ସମୟରେ ଲଖନା ରୁ ରଙ୍ଗବତୀ ଟ୍ରେନ ରେ ନୂଆପଡ଼ା ରେଲୱେ ଷ୍ଟେସନକୁ ଯାଇ ଯାନ୍ତ୍ରିକ ତ୍ରୁଟି ସୁଧାରି ବିଳମ୍ବିତ ରାତ୍ରି ପ୍ରାୟ ଦୁଇ ଟା ସମୟରେ ନିଜ ସରକାରୀ ବାସଭବନ ଲଖନା ଷ୍ଟେସନକୁ ଏକ ଟ୍ରେନ୍ (ମାଲଗାଡ଼ି) ଯୋଗେ ଫେରୁଥିଲେ , ଟ୍ରେନରୁ ଓହ୍ଲାଇ ଲାଇନ୍ ପାର କରୁଥିବାବେଳେ ବିପରୀତ ଦିଗରୁ ଆସୁ ଥିବା ଡାଇଭର୍ଟ ୨୦୮୦୩ ( ବିଶାଖାପାଟଣା- ଗାନ୍ଧୀଧାମ ସୁପରଫାଷ୍ଟ ଏକ୍ସପ୍ରେସ ) ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବାକୁହାଯାଉଛି। ସେ ବଲାଙ୍ଗୀର ଜିଲ୍ଲା ଧୋବିପଡ଼ା,କଣ୍ଟାବାଞ୍ଜି ନିବାସୀ ବୋଲି ଜଣାପଡିଛି। ସୁଚନା ଯୋଗ୍ୟ ଯେ,ଅନୂପଙ୍କ ପିତା ମଧ୍ୟ ଟ୍ରେନ ଦୁର୍ଘଣା ରେ ମୃତ୍ୟୁ ବରଣ କରିଥିଲେ । ରେଳ ବିଭାଗ୍ ଅନୁକମ୍ପା ମୂଳକ ତାଙ୍କ ପୁଅ ଅନୁପଙ୍କୁ ଚାକିରି ଦେଇଥିଲେ।ସେ ଅବିବାହିତ, ଲଖନା ଅଞ୍ଚଳରେ ବହୁତ ଲୋକପ୍ରିୟ ଯୁବକ ଥିଲେ, ମେଲାପି,ମିଷ୍ଟ ଭାସି ସହ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ଯାନି ଯାତ୍ରାରେ ସକ୍ରିୟ ଅଂଶ ଗ୍ରହଣ କରି ଏତେ କମ୍ ବୟସ ରେ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ତାଙ୍କ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଲହରି ଛାଇ ଯାଇଛି।
