Odisha news

ଉଚ୍ଚମାଧ୍ୟମିକ ବିଦ୍ୟାଳୟ (+୨) ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ।

0
ନୂଆପଡା-୮/୧୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା କୋମନା ଉଚ୍ଚମାଧ୍ୟମିକ ବିଦ୍ୟାଳୟ (+୨) ଠାରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ସଭା କଲେଜ ଅଧ୍ୟକ୍ଷ ଶେଷଦେବ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷା ପଞ୍ଚାୟତ ସମିତି, କୋମନା ଶ୍ରୀମତୀ ଅନସୂୟା କୁମ୍ଭାର, ସମ୍ମାନିତ ଅତିଥି ରୂପେ ପୂର୍ବତନ ଅଧ୍ୟକ୍ଷ ସିଦ୍ଧେଶ୍ୱର ସାହୁ, କୋମନା ବ୍ଲକ ଉପାଧ୍ୟକ୍ଷ  ଜୟଦେବ ପ୍ରଧାନ, କାର୍ଯ୍ୟକ୍ରମର ନୋଡାଲ ଅଫିସର ରୂପେ ଲାଲ୍ ଆଶୁତୋଷ ଦାଶ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସଙ୍ଗେ ସଙ୍ଗେ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଅଶ୍ଵିନୀ ଓତା, ବଚନ ଭୋଇ, ନାରାୟଣ ମିଶ୍ର, ପ୍ରଶାନ୍ତ ପଣ୍ଡା, ଡ଼ ବିନୋଦ ରଥ, ତୁମେଶ୍ବର କର୍ମୀ, ଶଙ୍କର ବୈଠାରୁ, ପ୍ରୀତିବନ୍ୟା ପାଢ଼ୀ, ନର୍ମଦା ବୁଦ୍ଧିଆ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଓଡ଼ିଆ ଅଧ୍ୟାପକ ଡ ଦୀପକ କୁମାର ଦାଶ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦୀର୍ଘ ୧୩ ଦିନ ଧରି ଖେଳ ଓ କ୍ରୀଡ଼ା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ କୁ ନେଇ ମହାସମାରୋହରେ ଅନୁଷ୍ଠିତ ହେବ । ପ୍ରାୟ ୫୨୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
IEC 2 years
Leave A Reply