ଚିକିଟି : ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷାଦେବୀ ଶୁକ୍ରବାର ମଧ୍ୟାନ୍ନରେ ଗଂଜାମ ଜିଲ୍ଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗ୍ରସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି l ଚିକିଟିଗଡ଼ ସ୍ଥିତ ବାଉରୀ ସାହି ନିକଟରେ 36 ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ବିଜୁ କଲ୍ୟାଣୀ ମଣ୍ଡପ ଉଦଘାଟନ କରିଥିବା ବେଳେ, ଚିକିଟିପେଣ୍ଠସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ମିଶନଶକ୍ତି ଆନୁକୂଲ୍ୟରେ ହୋଇଥିବା ମିଶନଶକ୍ତି କାଫେ,ଚିକିଟିଗଡ଼ରେ ଦିବଂଗତ ଦୁର୍ଗାପ୍ରସାଦ ଦେବଙ୍କ ସ୍ମୃତି ଉଧେଶ୍ୟ ରେ ହୋଇଥିବା ଶିଶୁପାର୍କ ଉଦଘାଟନ କରିଛନ୍ତି l ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ ନୀଳ ମାଧବ ଭୋଇ, ଚିକିଟି ତହସିଲଦାର ବଳଦେବ ବେହେରା,ଚିକିଟି ବି. ଡି. ଓ ପ୍ରମୋଦ କୁମାର ନାୟକ,ଚିକିଟି ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର,ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ଏନ. ଏ. ସି ଅଧକ୍ଷା ଦୀପା କୁମାରୀ ସାହୁ, ଅବସରପ୍ରାପ୍ତ ବି ଆର ସି ସି ଗଣେଶ ପ୍ରସାଦ ପଣ୍ଡା,ସମେତ ବିଜେଡିର ବରିଷ୍ଠ ନେତା ରଘୁନନ୍ଦନ ସାହୁ, ବି କୃଷ୍ଣମୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ l