Odisha news

ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ଶିବିର

0
ନୂଆପଡ଼ା – ୯/୧୧- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସ୍ତରୀୟ ଅଷ୍ଟାଦଶ ଦକ୍ଷତା ବିକାଶ ତାଲିମ ଶିବିର ସିନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏହି ପାଞ୍ଚ ଦିବସୀୟ   ଶିବିରକୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ମନୋରଞ୍ଜନ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ସ୍ଥାନୀୟ ବିଦ୍ଯାଳୟର ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିବିରରେ ସମ୍ବଳ ଶିକ୍ଷକ ଉତ୍କଳମଣି ଅଗସ୍ତି, ଅଶ୍ବିନୀ କୁମାର ଭୋଇ, ଧର୍ମେନ୍ଦ୍ର କୁମାର ଦଣ୍ଡସେନା, ନିଖିଳ କୁମାର ଓଝା ଯୋଗ ଦେଇ ଶିବିରକୁ ଆଗେଇ ନେଇଥିଲେ । ଆସନ୍ତା ଶୁକ୍ରବାର ଉଦଯାପିତ ହେବାକୁ ଥିବା ଏହି ଶିବିରରେ ସିନାପାଲି, ଖଡ଼ିଆଳ ଓ ବୋଡ଼େନ ବ୍ଲକରୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ତାଲିମ ଗ୍ରହଣ କରୁଛନ୍ତି । ଶିବିର ଆୟୋଜନରେ ସିନାପାଲି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ସହଯୋଗ କରୁଛନ୍ତି ।
Leave A Reply