Odisha news

ଫସଲ ବୀମା ନେଇ ଭୁବନେଶ୍ବର ଠାରେ ରାଜ୍ୟ ସ୍ତରୀୟ ଅଧିକାରୀ ଏବଂ ବୀମା କମ୍ପାନୀ ସହ ସାକ୍ଷାତ ଓ ଆଲୋଚନା

0

ନୂଆପଡ଼ା-୫/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ସଦର ନୂଆପଡ଼ା ଏବଂ କୋମନା ବ୍ଲକରେ ୨୦୧୯-୨୦୨୧ ଫସଲ ବୀମା ରାଶି ପ୍ରଦାନ ନେଇ ଆହେତୁକ୍ ବିଳମ୍ବ ହେତୁ ଗରିବ ସେନା ପକ୍ଷ ରୁ ଦୀର୍ଘ ଦିନ ହେବ ଚାଷୀଙ୍କ ସମସ୍ୟା ନେଇ ରାଜ ରାସ୍ତା ରେ ଆନ୍ଦୋଳନ ଅବ୍ୟାହତ ରଖିଥିଲେ । ଏହାର ଆଶୁ ସମାଧାନ ନହେବା ରୁ ହତାଶ ଓ ନିରାଶ ଚାଷୀଙ୍କ ମୁଁହ ରେ ହସ ଫୁଟେଇ ବା ପାଇଁ ଗରିବ ସେନା ପ୍ରୟାସରତ ରହିଛି। ହେଲେ ଜିଲ୍ଲା ପ୍ରଶାସନ ଦାବି ଉପରେ ତ୍ୱରିତ ପଦକ୍ଷେପ ନନେବା ପରିତାପ ର ବିଷୟ। ଏହି ପରିପେକ୍ଷିରେ ଆନ୍ଦୋଳକାରୀଙ୍କ ଦାବିପୂରଣ ନ ହେବା ପର୍ଯ୍ୟନ୍ତ  ସଙ୍ଘର୍ଷ ଜାରି ରହିଥିବା ବେଳେ  ବୀମାରାଶି ସମସ୍ୟା ନେଇ ରାଜ୍ୟ ରାଜଧାନୀକୁ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ପାଖ କୁ ପହଞ୍ଚିଛନ୍ତି ଗରିବ ସେନା ପ୍ରତିନିଧି ମଣ୍ଡଳ। କୃଷି ଯୁଗ୍ମ ନିର୍ଦ୍ଧେଶକ ରାଜେଶ କୁମାର ଦାସ,ରିଲାଏନ୍ସ ବୀମା କଂପାନୀ ରାଜ୍ୟ ପରିଚାଳକ ରାକେଶ ରାଜନ୍ ,ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ ଦୀପାଶ୍ରୀ ମଣ୍ତଲ ଓ କୃଷି ଅଧିକାରୀ ରାଜେଶ କୁମାର ଯାଦବ, ଯୋଗ ଦେଇଥିବା ବେଳେ ଗରିବ ସେନା ପକ୍ଷ ରୁ ରବି ମଙ୍ଗରାଜ, ଗଦାଧର ମାଝୀ, ଭୋଜରାମ ବଗର୍ତ୍ତି, ଗୋକୁଳା ଶବର, ଖିରସିନ୍ଧୁ ମେହେର, ଇନ୍ଦ୍ର ଭୋଇ,ସୁନ୍ଦର ଚିନ୍ଦା, ସୁବାସ କଟା,ସାଗର କାରୁଆଁ, ସନ୍ତୋଷ ବନ୍ଦିଛୋର ପ୍ରମୁଖ ଯୋଗ ଦେଇ ଫସଲ ବୀମା ରାଶି ବିଳମ୍ବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

Leave A Reply